ଜେମାଦେଇପେଣ୍ଠ-ଲାଡା ଷ୍ଟେସନ ମଧ୍ୟରେ ଅଘଟଣ
ରାୟଗଡ,୪/୧୧ : ପୂର୍ବତଟ ରେଳବାଇର ଜେମାଦେଇପେଣ୍ଠ-ଲାଡା ଷ୍ଟେସନ ମଧ୍ୟରେ ରେଳ ଧାରଣାକୁ ଅତିକ୍ରମ କରୁଥିବା ୧୦ରୁୁ ଉର୍ଦ୍ଧ ଗାଈ ଟ୍ରେନ ଧକ୍କାରେ ମୃତ ହୋଇଥିବା ଜଣାପଡିଛି । ଏଭଳି ଅଭାବୀନୟ ଅଘଟଣ ସୋମବାର ଅପରାହ୍ନରେ ଘଟିଛି । ଏ ନେଇ ବିଶାଖାପାଟଣମ ଡିଭିଜନର ଲୋକ ସଂପର୍କ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବିଶାଖାପାଟଣାମ-କୋରାପୁଟ ଇଂଟରସିଟି ଏକ୍ସପ୍ରେସ ଜେମାଦେଈପେଣ୍ଠ ଷ୍ଟେସନରୁ ଛାଡିବା ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥବା ନିର୍ଦ୍ଧାରିତ ୨୦କିଲୋମିଟର ଘଂଟା ପ୍ରତି ବେଗରେ ଆସୁଥିବା ସମୟରେ ଲାଡା ଷ୍ଟେସନ ମଧ୍ୟରେ ୧୦ରୁ ଉର୍ଦ୍ଧ ଗାଈପଲ ରେଳଧାରଣା ପାର କରୁଥିଲେ । ଏହି ସମୟରେ ଟ୍ରେନ ଡ୍ରାଇଭର ଗାଇପଲକୁ ରେଳ ଧାରଣାରୁ ହଟାଇବା ପାଇଁ ହର୍ଣ୍ଣ ଦେଇଥିବା ବେଳେ ଗାଇପଲଗୁଡାକ ଏଣେତେଣେ ଦୈାଡିବା ଫଳରେ ୧୦ରୁ ଉର୍ଦ୍ଧ ଗାଈ ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ତେବେ ଘଟଣାସ୍ଥଳରେ ଡ୍ରାଇଭର ଟ୍ରେନର ବେଗକୁ ହ୍ରାସ କରିଥାନ୍ତେ ତାହାହେଲେ ଟ୍ରେନ ଲାଇନଚ୍ୟୁତ ହେବାର ଆଶଙ୍କା ରହିଥିବାରୁ ଡ୍ରାଇଭର ସମସ୍ତଙ୍କ ଜୀବନକୁ ବଂଚାଇବାକୁ ଯାଇ ଟ୍ରେନର ବେଗ ହ୍ରାସ କରି ପାରି ନ ଥିଲେ । ତେବେ ଘଟଣା ସଂପର୍କରେ ଜେମାଦେଇପେଣ୍ଠ ଓ ଲାଡା ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇଥିଲେ । ଘଟଣାସ୍ଥଳରେ ରାୟଗଡ ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ପଂହଚି ତଦାରଖ କରିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଅନ୍ଧାର ଯୋଗୁଁ ଟ୍ରେନ ଧକ୍କାରେ ପାଖାପାଖି ୮ଟି ଗାଇର ମୃତ୍ୟୁ ହୋଇଥିବା ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
——————————————————