ଜି.ଆର.ଏସ., ଜି.ପି.ଟି.ଏ. ଏବଂ ପି.ଇ.ଓ. ମାନଙ୍କ ବଦିଳି କେବେ ?
ରାୟଗଡ,୫/୧୧ : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବଙ୍କର ପତ୍ରସଂଖ୍ୟା ୧୮୪୩୧ / ୨୦୧୯ ଅକ୍ଟୋବର ୧୭ରେ ଓ ପତ୍ରସଂଖ୍ୟା ୧୮୫୭୮/୨୦୧୯ ଅକ୍ଟୋବର ୧୮ରେ ଜିଲ୍ଳାରେ ନିଜ ପଂଚାୟତ ସ୍ତରରେ ପାଂଚବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ (ଜି.ଆର.ଏସ), ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପି.ଇ.ଓ), ବ୍ଳକ ସ୍ତରରେ କାର୍ଯ୍ୟରତ ପାଚଂବର୍ଷ ପୂରଣ କରିଥିବା ଜିପିଟିଏ, ପିଏ, ଜିପିଇଓ, ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଏବିଡିଓଙ୍କର ବଦଳି ପ୍ରକ୍ରିୟା ଅକ୍ଟୋବର ୩୧ତାରିଖ ସୁଦ୍ଧା ଶେଷ କରି ନଭେମ୍ବର ୫ତାରିଖ ସୁଦ୍ଧା ଏହାର ଅନୁପାଳନ ରିପୋର୍ଟ ପଂଚାୟତରାଜ ବିଭାଗକୁ ଜଣାଇବା ପାଇଁ ଜିଲ୍ଳା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାୟଗଡ ଜିଲ୍ଳାରେ ନଭେମ୍ବର ୫ସୁଦ୍ଧା ପଂଚାୟତରାଜ ବିଭାଗ ପ୍ରମୁଖ ସଚିିବଙ୍କର ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବା ଅନୁସନ୍ଧାନରୁ ଜଣାପଡିଛି । ତେବେ ପଡୋଶୀ କୋରାପୁଟ ଜିଲ୍ଳା ସମତେ ଅନ୍ୟ ଜିଲ୍ଳାରେ ଏହି ନିର୍ଦ୍ଦେଶକୁ ସମୟ ସୀମା ଭିତରେ ଜିଲ୍ଳା ପ୍ରଶାସନ ଗୁରୁତ୍ୱ ଭାବେ ନେଇ କାର୍ଯ୍ୟକାରୀ କରିଥିିବା ବେଳେ ରାୟଗଡ ଜିଲ୍ଳାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏ ନେଇ ଜିଲ୍ଳା ପ୍ରଶାନସନର କାର୍ଯ୍ୟ ଦକ୍ଷତା ଓ ସ୍ୱଚ୍ଛତା ନେଇ ଅଙ୍ଗୁଳି ନିର୍ଦ୍ଦେଶ ଉଠିଛି । ରାଜ୍ୟ ସରକାର ଉତମ ପ୍ରଶାସନ ଓ ସ୍ୱଚ୍ଚ ଶାସନ ପ୍ରଦାନ ପାଇଁଁ ଉଦ୍ୟମ କରି ଅକ୍ଟୋବର ୨ତାରିଖ ଠାରୁ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବଙ୍କର ନିର୍ଦ୍ଦେଶକୁ ରାୟଗଡ ଜିଲ୍ଳାରେ କଡାକଡି ଭାବେ ପାଳନ ନ କରି ଜିଲ୍ଳା ପ୍ରଶାସନ ପଂଚାୟତସ୍ତରରେ କାର୍ଯ୍ୟରେ ସ୍ୱଚ୍ଛତା ନେଇ ଉତରଦାୟୀ ରହିବେ ନା’ଏହି ନିର୍ଦ୍ଦେଶକୁ ଧର୍ମକୁ ଆଖିଠାର ନୀତିରେ କାର୍ଯ୍ୟ କରି ନିଜର ଦାୟିତ୍ୱ ନିଭାଇବେ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଅପରପକ୍ଷେ ଜିଲ୍ଳାର ନିଜ ପଂଚାୟତ ଓ ବିଭିନ୍ନ ପଂଚାୟତରେ ୫ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ଜିଆରଏସ ଓ ବ୍ଳକରେ କାର୍ଯ୍ୟରତ ଜିପିଟିଏମାନେ ପଂଚାୟତରାଜ ବିଭାଗ ପକ୍ଷରୁ ଆସିଥିବା ନିର୍ଦ୍ଦେଶକୁ ଜିଲ୍ଳା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତେ ନଜର ରଖି ଚାତକ ଭଳି ଅନେଇ ବସିଥିବା ଦେଖିବାକୁ ମିଳିଛି । ଖବରରୁ ଜଣାପଡିଛି ଯେ, ରାୟଗଡ ଜିଲ୍ଳାର ୧୧ଗୋଟି ବ୍ଳକର ୧୮୨ଗୋଟି ପଂଚାୟତ ମଧ୍ୟରୁ ବ୍ଳକରେ ୧୪୯ଜଣ ଜିଆରଏସ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୮୦ପ୍ରତିଶତ ଜିଆରଏସ ନିଜ ପଂଚାୟତରେ ୫ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରୁଛନ୍ତି । ପ୍ରାୟ ୫୦ରୁ ଉର୍ଦ୍ଧ ଜିପିଟିଏ ଓ ଯନ୍ତ୍ରୀମାନେ ବିଭିନ୍ନ ବ୍ଳକରେ ୫ବର୍ଷରୁ ଉର୍ଦ୍ଧ ହେଲା କାର୍ଯ୍ୟ କରି ଆସୁଛନ୍ତି । ଜିଲ୍ଳାର ଅଧିକାଂଶ ପଂଚାୟତର ଜିଆରଏସମାନେ ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିବା ବେଳେ କିଛି ପଂଚାୟତରେ ଜିଆରଏସ ମାନଙ୍କର ବିରୋଧରେ ବ୍ୟାପକ ଅଭିଯୋଗ ରହିଛି । ଜିଆରଏସମାନେ ଏତେ ପ୍ରଭାବଶାଳୀ ହୋଇ ପଡିଛନ୍ତି ଯେ, ପଂଚାୟତ ପିଇଓଙ୍କ ଠାରୁ ଆରମ୍ଭ କରି ବ୍ଳକ ବିଡିଓ, ନିର୍ବାଚିତ ଲୋକ ପ୍ରତିନିଧି, ଜିଲ୍ଳା ପ୍ରଶାସନ ଏମାନଙ୍କ କାର୍ଯ୍ୟକଳାପରେ ଅଣନିଶ୍ୱାସୀ ହୋଇପଡିଛନ୍ତି । ଜିଆରଏସମାନଙ୍କର କୈାଣସି ବଦଳି ନୀତି ନ ଥିବାରୁ ପ୍ରଶାସନ ପକ୍ଷରୁ ଏମାନଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ । ଜିଲ୍ଳାର ପ୍ରାୟ ୧୦ଜଣ ପିଇଓ ବିଭିନ୍ନ ବ୍ଳକରେ ୫ବର୍ଷରୁ ୮ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ସେଥିରୁ ରାୟଗଡ ବ୍ଳକର ବଡଆଲୁବାଡି ଓ ଚାନ୍ଦିଲି ପଂଚାୟତର ପିଇଓଙ୍କୁ ଗତ ପଂଚାୟତ ନିର୍ବାଚନ ପୂର୍ବରୁ ବଦଳି ହୋଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ୨ବର୍ଷ ଧରି କାର୍ଯ୍ୟରୁ ରିଲିଫ ନ କରି କେଉଁ ସ୍ୱାର୍ଥରେ ରହିଛନ୍ତି ତାହା ତଦନ୍ତ ସାକ୍ଷେପ । ପଂଚାୟତରାଜ ବିଭାଗ ପ୍ରମୁଖ ସଚିବ ଜିଲ୍ଳାରେ ନିଜ ପଂଚାୟତ ଓ ବିଭିନ୍ନ ପଂଚାୟତରେ ୫ବର୍ଷ ଧରି କାର୍ଯ୍ୟରତ ଜିଆରଏସମାନଙ୍କୁ ଜିଲ୍ଳାର କୈାଣସି ପଂଚାୟତକୁ ବଦଳି କରିବା ଏବଂ ବ୍ଳକରେ ୫ବର୍ଷ ଧରି କାର୍ଯ୍ୟରତ ପିଇଓ, ଜିପିଟିଏ, ଯନ୍ତ୍ରୀ, ଜିପିଇଓ, ପିଏ, ସହକାରୀ ଯନ୍ତ୍ରୀ, ଏପିିଇଓ, ସିପି, ଏବିଡିଓଙ୍କୁ ଅନ୍ୟ ବ୍ଳକକୁ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଳା ପ୍ରଶାସନ ୫ଟି କାର୍ଯ୍ୟକ୍ରମକୁ କିଭଳି ଗୁରୁତ୍ୱ ଦେଇ ଜିଲ୍ଳା ପ୍ରଶାସନ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକୁ କିଭଳି ଭାବେ ପାଳନ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଅପରପକ୍ଷେ ଜିଲ୍ଳା ପ୍ରଶାସନ ପକ୍ଷରୁ ଉପରୋକ୍ତ କର୍ମଚାରୀମାନଙ୍କ ବଦଳି ଫାଇଲ ଜିଲ୍ଳା ପଂଚାୟତ ଅଧିକାରୀ ଓ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟରୁ ଜିଲ୍ଳାପାଳଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇ ନଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।