୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସରେ ୬୩ତମ ସିଆରପିଏଫ ସ୍ଥାପନା ଦିବସ

ଲୋକଙ୍କୁ ସୁରକ୍ଷା ଯୋଗାଇବା ସିଆରପିଏଫର ଲକ୍ଷ୍ୟ ଡିଆଇଜି

Omkar Vasthu
Omkar Vasthu

ରାୟଗଡ,୭/୧୧ : ୧୯୫୬ ମସିହା ନଭେମ୍ବର ୭ତାରିଖରେ କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ ( ସିଆରପିଏଫ)ର ଜନ୍ମ ହୋଇଥିବାରୁ ଏହି ଦିବସକୁ ସିଆରପିଏଫ ବାଟାଲିୟନର ସ୍ଥାପନା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାୟଗଡ ଜିଲ୍ଳା ସଦର ମହକୁମାର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ କ୍ୱାଟର୍ସ ପରିସରରେ ନଭେମ୍ବର ୬ ଓ ୭ ଦୁଇ ଦିନ ଧରି ଧୁମଧାମ ସହ ମହାସମାରୋହରେ ପାଳନ କରାଯାଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସ୍ଥାପନା ଦିବସକୁ ଜନସାଧାରଣଙ୍କୁ ସାମିଲ କରି ସମସ୍ତଙ୍କୁ ଭାଇଚାରର ସନ୍ଦେଶ ଦେବା ପାଇଁ ହେଡ କ୍ୱାଟର୍ସ ପରିସର ପଡିଆରେ ବୁଧବାର ଦିନ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ବଲପୁର ରେଂଜ ସିଆରପିଏଫ ଡିଆଇଜି ଏସ.ଡି.ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ଘୋଷଣା କରିବା ସହ ମାଓ ପ୍ରବଣ ଅଂଚଳ ତଥା ଯେଉଁ ଠାରେ ସିଆରପିଏଫ ମୁତୟନ ହୋଇଛନ୍ତି ସେଠାରେ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ପ୍ରସ୍ତୁତ ଏବଂ ଏହା ହିଁ ସିଆରପିଏଫର ଲକ୍ଷ୍ୟ ବୋଲି ଡିଆଇଜି ଶ୍ରୀ ପାଣ୍ଡେ ପ୍ରକାଶ କରିଥିଲେ ।

୪ର୍ଥ ବାଟାଲିୟନ ସିଆରପିଏଫର କମାଣ୍ଡଡେଂଟ ୟତିନ୍ଦ୍ର କୁମାର ରାଜପୁତ, ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ଅଶୋକ ପିଏମ., ସନ୍ତୋଷ କୁମାର, ଏସ.କେ.ପୁରୋହିତ, ଆସିଷ୍ଟାଂଟ କମାଣ୍ଡଡେଂଟ ଗୁରୁଚରଣ ସ୍ୱାଇଁ, ସୁମନ ମିଶ୍ର, ଲୋକ ସଂପର୍କ ଅଧିକାରୀ ସରୋଜ ମହାନ୍ତିଙ୍କ ସମେତ ସିଆରପିଏଫ ଯବାନମାନେ ଉପସ୍ଥିତ ରହିଥିଲେ ।

ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ନଗରବାସୀଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କ ମନୋରଂଜନ ନିମନ୍ତେ ପଡିଆରେ ସ୍ଥାନୀୟ ଦୋକାନୀଙ୍କ ସମତେ ଜିଲ୍ଳାରେ ନିୟୋଜିତ ଥିବା କଲ୍ୟାଣସିଂହପୁର, ରାୟଗଡ, ବିଷମକଟକ, ଗୁଡାରୀ, ମୁକୁନ୍ଦପୁର, ଶେଷଖାଲ ୪ର୍ଥ ବାଟାଲିୟନର ସିଆରପିଏଫ ଯବାନମାନଙ୍କ ତରଫରୁ ବିଭିନ୍ନ ଷ୍ଟଲଗୁଡିକରେ ସୁଆଦିଆ ଚଟପଟି ଖାଦ୍ୟ ସହ ଫୁଟବଲ ଗୋଲ ମାରିବା, ବେଲୁନ ଫୋଟାଇବା, ଗୁଡି ଗୁଡି ଖେଳ, ମାଗଣା ଚିକିତ୍ସା ଶିବିର, ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଆଦି ଷ୍ଟଲଗୁଡିକରେ ସ୍ଥାନ ପାଇଥିଲା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ସିଆରପିଏଫ କନେଷ୍ଟବଳ ତଥା ରୋଷେୟା ସୁବାଷଚନ୍ଦ୍ରଙ୍କ ହାତରେ କେକ କଟାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.