ରାୟଗଡ,୭/୧୧ : ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ,ଲେଲିନବାଦ)ଲିବରସେନ ଜିଲ୍ଳା କମିଟି ତରଫରୁ ଜିଲ୍ଳାର ବିଭିନ୍ନ ମୈାଳିକ ସମସ୍ୟା, କୃଷି ଋଣଛାଡ, ଧାନ କ୍ୱିଂଟାଲ ପିଚ୍ଛା ୩୦୦୦ଟଙ୍କା, କପା-୮୪୦୦ଟଙ୍କା, ଗୁଣପୁର ଠାରେ ମେଡିକଲ କଲେଜ, ସୈାରା ଲିପିକୁ ସମ୍ବିଧାନ ମାନ୍ୟତା, ଗୁଡାରୀ ବଂଶଧାରା ନଦୀରେ ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ, ଜଙ୍ଗଲ ଜମି ପଟ୍ଟା, ସିଲିଂ ଜମି ବଂଟନ, ଘରଡିହ ପଟ୍ଟା ଆଦି ୧୬ଦଫା ଦାବି ନେଇ ସିପିଆଇ ଲିବରସେନର କେନ୍ଦ୍ରୀୟ କମିିଟି ସଭ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ କର୍ମୀମାନେ ରାୟଗଡ ରେଳ ଷ୍ଟେସନରୁ ଏକ ଶୋଭଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଂହଚି ଏକ ଗଣ ଧାରଣା ଦିଆଯାଇଥିଲା । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସିପିଆଇ ଲିବରେସନର କେନ୍ଦ୍ରୀୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ,ରାଜ୍ୟ କମିଟି ସଭ୍ୟ ବୃନ୍ଦାବନ ବିଡିକା, ସମ୍ବରା ଶବର, ଯେମଶ ଶବର, ରାମଚନ୍ଦ୍ର ପ୍ରାସ୍କା, ଦଳିତ ଅଧିକାର ବିକାଶ ମଂଚ, ଗୁଡାରୀ ବ୍ଳକର ସଭାପତି ପ୍ରସାଦ ଲିମା,ଜଙ୍ଗଲ ଅଧିକାର ସଂଘ ସମିତି, ପଦ୍ମପୁର ବ୍ଳକ ସଭାପତି ସୋମନାଥ ମାଝି, ଜିଲ୍ଳା କମିଟି ସଭ୍ୟ ଲୋକନାଥ ନାଉରୀ, ମୂର୍ତି ମିଣିୟାକା,ବ୍ଳକ କମିଟି ସଭ୍ୟ, ଗୁଣପୁର କୈଳାସ ଶବର, ଚିସୁନ ଗମାଙ୍ଗ ଓ କାଶୀପୁରର ବିଜୟ ମାଝି ବକ୍ତାମାନେ ଉଦବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏହି ୧୬ଦଫା ଦାବିପତ୍ର ପ୍ରଦାନ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in






