ଭଲ ପାଠପଢା ଓ ଉପସ୍ଥାନର କମାଲ୍ : ଗୋପାଳପୁର ୟୁପି ସ୍କୁଲକୁ ଗାରିମା ପୁରସ୍କାର

ଲାଞ୍ଜିଗଡ଼,୭/୧୧ : ଭଲ ପାଠପଢା, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ହାର, ସ୍କୁଲ ମଧ୍ୟରେ ଶୈକ୍ଷିକ ବାତାବରଣ ସହିତ ଭାଷାଜ୍ଞାନ ଓ ଗଣିତ ତଥା ଇଂରାଜୀରେ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଭିତ୍ତି କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତର ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ଗାରିମା ପୁରସ୍କାର । ସ୍ୱର୍ଣ୍ଣ ଜୟନ୍ତୀ ବର୍ଷରେ ପଦାର୍ପଣ କରିଥିବା ଏହି ସ୍କୁଲର ଉଲ୍ଲେଖନୀୟ ସଫଳତାର ଖବର ମିଳିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଆଜି ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଗୋବର୍ଦ୍ଧନପୁର ସିଆର୍ସିସି ତପନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ପୁରୁଷୋତ୍ତମ ପୁଟେଲ, ୱାର୍ଡସଭ୍ୟା ପାର୍ବତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ତପିନ୍ଦ୍ର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଅରବିନ୍ଦ ଶବର, ସହଶିକ୍ଷକ ମାନସରଞ୍ଜନ ଦୀପଙ୍କୁ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବର୍ତ୍ତମାନ ଗାରିମା ପୁରସ୍କାର ବ୍ରୋଞ୍ଜ ସ୍ତର ପାଇଁ ଗୋପାଳପୁର ସ୍କୁଲ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ଗ୍ରାମପଞ୍ଚାୟତର ବଡବକଟୀ, ପାହାଡପଦର ପଞ୍ଚାୟତର ବୋରପଦର, ବିଜେପୁର ପଞ୍ଚାୟତର ଦନାରଗୁଡା ସ୍କୁଲ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଏହାକୁ ନେଇ ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କ ସଠିକ୍ ଦିଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ବଛାବଛା ସ୍କୁଲର ବିଭିନ୍ନ ଦିଗକୁ ନେଇ କଳାହାଣ୍ଡି ଶିକ୍ଷା ଓ ପ୍ରଶିକ୍ଷଣ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍କୁଲଗୁଡିକର ମୂଲ୍ୟାୟନ କରିଥିଲେ । ସେଥିମଧ୍ୟରୁ କଳାହାଣ୍ଡିର ୪୪ଟି ସ୍କୁଲ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ କର୍ଲାମୁଣ୍ଡା ବ୍ଲକର ୧୨ଟି, ଭବାନୀପାଟଣା ୯ଟି, ଜୟପାଟଣା ବ୍ଲକର ୫ଟି ଓ ଲାଞ୍ଜିଗଡ ବ୍ଲକର ୪ଟି ସ୍କୁଲ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଲାଞ୍ଜିଗଡର ୪ଟି ସ୍କୁଲ ପୁରସ୍କୃତ ହୋଇ ଶିକ୍ଷାବିଭାଗର ଗୌରବ ବୃଦ୍ଧି କରିଥିବାବେଳେ ଅପେକ୍ଷାକୃତ ଉନ୍ନତ ଓ ଯୋଗାଯୋଗ ସୁବିଧା ଥିବା ଜୁନାଗଡ ବ୍ଲକ, ଜୁନାଗଡ ଏନ୍ଏସି, କେସିଙ୍ଗା ଏନ୍ଏସି ଓ କୋକସରା ବ୍ଲକର କୌଣସି ବି ସ୍କୁଲ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ସ୍କୁଲଗୁଡିକୁ ଜିଲ୍ଲାପାଳ ପୁରସ୍କୃତ କରିବେ ବୋଲି ଜଣାପଡିଛି । ସେହିପରି ପୁରସ୍କୃତ ସ୍କୁଲଗୁଡିକ ଗାରିମା ପୁରସ୍କାରର ରୌପ୍ୟ ସ୍ତର ଦୌଡରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Omkar Vasthu
Omkar Vasthu
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପେର୍ଟ odiabarta.in

—————————————————–

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.