ଧର୍ମଗଡ,୭/୧୧ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦେସୁରୁଙ୍ଗ ପଞ୍ଚାୟତ ଅଧିନସ୍ଥ ଡଙ୍ଗରିଗୁଡାର ଶଶୀଦେବ ଅଘରିଆ (୪୦)ଙ୍କୁ ଭାଲୁ ଆକ୍ରମଣ କରିଛି । ଆଜି ସକାଳୁ ସକାଳୁ ଶଶୀ ଚାଷ ଜମିକୁ ଯାଉଥିବା ସମୟରେ ପଛପଟୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣ ଫଳରେ ତାଙ୍କର ଦୁଇଟି ଗୋଡ଼ ଓ ହାତରେ ଗଭିର କ୍ଷତ ସୃଷ୍ଟିହୋଇଛି । ଆହତ ଚାଷୀ ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି ।