ଏସବୁ ଜିଲ୍ଲାରେ ୨ଦିନ ସ୍କୁଲ୍ ଛୁଟି, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୭/୧୧: ୨ ଦିନ ବନ୍ଦ ରହିବ ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ, କଲେଜ। ଶୁକ୍ରବାର ଓ ଶନିବାର ସ୍କୁଲ, କଲେଜ ସହ ଅଙ୍ଗନୱାଡି ମଧ୍ୟ ଛୁଟି ରହିବ। ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ନିଆଯାଇଛି ଏଭଳି ନିଷ୍ପତ୍ତି। ୮ ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହେଉଥିବାରୁ ୩ ଜିଲ୍ଲାର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ରାପଡାରେ ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ବାତ୍ୟା ଫୋନିର ଭୟ ପୁରୀବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ବାତ୍ୟା ଆଶଙ୍କା ସମସ୍ତଙ୍କ ଭୟଭୀତ କରିଛି। ତେବେ ଏପରି ସ୍ଥଳରେ ଲୋକେ ଭୟଭୀତ ନହେବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାଶ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ବାତ୍ୟା ବୁଲବୁଲ ଓଡିଶାରେ ଲେଣ୍ଡଫଲ କରିନପାରେ, କିନ୍ତୁ ଏହାର ପ୍ରଭାବ ରାଜ୍ୟ ଉପରେ ପଡିବ। ବାତ୍ୟା ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ। ସେତେବେଳେ ପବନର ବେଗ ୮୦-୯୦ କିଲୋମିଟର ରହିବ। ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଚେତାବନୀ ଦିଆଯାଇଛି।


ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.