ବଲାଙ୍ଗିର,୭/୧୧ : ସ୍ଥାନୀୟ ନଗର ପାଳିକା ଟାଉନହଲ ଠାରେ ଆଜି ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ପ୍ରକଳ୍ପ ସଂଯୋଜକ କାର୍ତ୍ତିକେଶ୍ୱର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୨ ଗୋଟି ପ୍ରତିଯୋଗିତା ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତରେ କୃତି ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାକୁ ଯିବାପାଇଁ ମନୋନୀତ ହୋଇଥିବା ସୁଚନା ଦେଇଛନ୍ତି ଶ୍ରୀଯୁକ୍ତ ଲେଙ୍କା ।