କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ର୍ଦୁବ୍ୟବହାରର ପ୍ରତିବାଦ

କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ରାୟଗଡରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

ରାୟଗଡ,୮/୧୧ : ଲୋକସଭା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡାରେ କାର୍ଯ୍ୟରତ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ଅସମ୍ମାନ କରି ର୍ଦୁବ୍ୟବହାର କରିଥିବା ଘଟଣା ଭାଇରଲ ହେବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ବିଭିନ୍ନ ଜିଲ୍ଳାର ସାମ୍ବାଦିକ ୟୁନିୟନ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇ ଏହାକୁ ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ ସହରରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମର ଜିଲ୍ଳା ପ୍ରତିନିଧିମାନେ ସ୍ଥାନୀୟ ପୂର୍ତ ବଙ୍ଗଳା ଠାରୁ ବ୍ଳକ କାର୍ଯ୍ୟାଳୟ ରାସ୍ତା ଦେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇଥିଲା । ସେଠାରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକସଭା ସାଂସଦ ଅନୁଭବ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକ ପ୍ରତି କରିଥିବା ଏପରି ର୍ଦୁବ୍ୟବହାରକୁ ରାୟଗଡ ଜିଲ୍ଳାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ନିନ୍ଦା କରାଯାଉଛି ବୋଲି କହିବା ସହ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ବାଦଲ କୁମାର ତା’, ରଂଜନ ରଥ, ଗୈାରୀ ଶଙ୍କର ପଟ୍ଟନାୟକ, ମନୋଜ ପାତ୍ର, ନିରଂଜନ ପାଳ, ଗଜମୋହନ ଗରଡିଆ, ଶିବ ନାରାୟଣ ଗଉଡ, ସୁରେଶ ମିଶ୍ର, ଅଜୟ ରଥ, ଦୁର୍ଗାପ୍ରସାଦ ପାଢୀ, ଗୋପିନାଥ ଗୈାଡ, ସନ୍ତୋଷ କୁମାର ଦଳେଇ, ସରୋଜ କୁମାର ସାହୁ, ମନୋଜ କୁମାର ସାହୁ, ରବିନ୍ଦ୍ର ପାଟ୍ଟଖଣ୍ଡଳ, ସ୍ମୃତିରଂଜନ ମହାନ୍ତି, ରଶ୍ମିରଂଜନ ଦୋରା, ସୁବ୍ରତ ଚୈାଧୁରୀ, ରାଜେଶ କୁମ୍ଭାର, ଦୀପକ କୁମାର ପୃଷ୍ଟି, ଅମୂଲ୍ୟ ନିଶାଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.