● ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସି˚ ମାଧ୍ୟମରେ ଆଜି ହେଲା ଜରୁରୀ ଆଲୋଚନା
ବାଲେଶ୍ବର,୮/୧୧(କୃଷ୍ଣ କୁମାର ମହାନ୍ତି): ଆସନ୍ତାକାଲି ‘ବୁଲ୍ବୁଲ୍’ ବାଲେଶ୍ବର ସମୁଦ୍ର ଉପକୂଳକୁ ଘଷି ଅତିକ୍ରମ କରିବ। ଯିବ ପଶ୍ଚିମବଙ୍ଗର ସୁନ୍ଦରବନ। ବାଲେଶ୍ବର ବାଟେ ଯିବାବେଳେ ବର୍ଷା ବିତ୍ପାତ ଓ ବାତ୍ୟାର ଛିଟା ଛାଡ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତତ୍ପର ଅଛନ୍ତି। ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ତରଫରୁ କେଉଁ ପ୍ରକାର ପ୍ରସ୍ତୁତି କରାଯାଇଛି ସେକଥା ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଜିଲ୍ଲାରେ ରହିଥିବା ୧୪୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡିକୁ ଏଥି ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ବିଭିନ୍ନ ବ୍ଲକ୍ରେ ମହଜୁଦ୍ ରହିଥିବା ପଲିଥିନ୍ ଷ୍ଟକ୍ ସମ୍ପର୍କରେ ସମୀକ୍ଷା କରା ଯାଇଥିଲା ବାତ୍ୟା /ବନ୍ୟାପ୍ରବଣ ଗ୍ରାମଗୁଡିକରେ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀଗୁଡିକୁ ସ୍ଥାନାନ୍ତର କରାଯିବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହା ଯାଇଥିଲା। ଜିଲ୍ଲା ଜରୁରୀକାଳୀନ ବିଭାଗ, ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓଙ୍କ କାର୍ଯ୍ୟାଳୟ ସମେତ ମେଡିକାଲ୍ ଓ ଅନ୍ୟାନ୍ୟ ବିଭାଗୁଡିକରେ ୨୪ ଘ˚ଟିଆ
କ˚ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ବିଦ୍ୟୁତ ବିଭାଗକୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଦ୍ୟୁତ ସରବରାହ ବ୍ୟାହତ ପରିସ୍ଥିତିରେ ତାକୁ ସ୍ବଳ୍ପ ସମୟ ମଧ୍ୟରେ ପୁନଃପ୍ରତିଷ୍ଠା କରିବା ପାଇଁ ନେସ୍କୋ ଅଧକାରୀଙ୍କୁ କୁହାଯାଇଥିଲା। ଚାଷୀମାନଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଅସ୍ଥାୟୀ ଶିବିରରେ ଅଧିକାରୀମାନେ ରିଲିଫ୍ କୋଡ୍ ପ୍ରକାରେ ଆଶ୍ରିତମାନଙ୍କୁ ଭୋଜନ, ପାନୀୟ ଜଳ ଯୋଗାଣ ଏବ˚ ବିଜୁଳିର
ବ୍ୟବସ୍ଥା କରିବେ। ସେହିପରି ଅତ୍ୟାବଶ୍ୟକୀୟ ଔଷଧପତ୍ର ଯୋଗାଣ କରାଯିବ। ଆସନ୍ନପ୍ରସବାମାନଙ୍କୁ ଆଗୁଆ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଭର୍ତ୍ତି କରାଯିବା ଉପରେ ଗୁରୁତ୍ବ ଦିଆ ଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ
ସ୍କୁଲଗୁଡିକୁ ଲୋକଙ୍କ ଆଶ୍ରୟ ନିମନ୍ତେ ଆସନ୍ତା ୮ ଓ ୯ ତାରିଖରେ ୨୪ ଘ˚ଟା ଖୋଲା ରଖିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବାକୁ କୁହା ଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାତ୍ୟା ନିମନ୍ତେ
ଚୂଡା,ଗୁଡ ଆଦି ଶୁଖିଲା ଖାଦ୍ୟ ମହଜୁଦ୍ କରି ବିଭିନ୍ନ ରିଟେଲ୍ କେନ୍ଦ୍ରରେ ଉପଲବଧ କରିବା, କିରୋସିନ ମହଜୁଦ ରଖିବା ଏବ˚ ଫ୍ରି କିଚେନ୍ ନିମନ୍ତେ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଛୁଟି
ବାତିଲ କରାଯାଇଥିବା ବେଳେ ସିଫ୍ଟ ଅନୁଯାୟୀ ସେମାନଙ୍କ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଚାର୍ଟ ପ୍ରସ୍ତୁତ କରାଯିବ। ଡାକ୍ତରଖାନାରେ ଜେନେରେଟର୍, ମେଡିସିନ୍, ହାଲୋଜେନ୍ ଟାବ୍ଲେଟ୍, ପାଣି ଓ ଡ୍ରାଏ ଫୁଡ୍ ମହଜୁଦ୍ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହା ଯାଇଥିଲା। ଏଥି ସହିତ ସମସ୍ତ ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ଗୋଖାଦ୍ୟ, ଔଷଧ ଓ ମୋବାଇଲ ଭ୍ୟାନ ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନେବା ଲାଗି ସିଡିଭିଓଙ୍କୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କି ଓ ଓଭର୍ହେଡ୍ ଟାଙ୍କିଗୁଡିକରେ ପାଣି ଭର୍ତି କରି ରଖିବା ନିମନ୍ତେ କୁହାଯାଇଛି। ଜିଲ୍ଲାରେ ଥିବା ଓଡ୍ରାଫ୍, ଏନ୍ଡିଆର୍ଏଫ୍,
ଅଗ୍ନିଶମ ବିଭାଗଗୁଡିକ ବିଭିନ୍ନ ଟିମ୍ରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏଥି ସହିତ ତାଳସାରୀ ଠାରେ ସ୍ବତନ୍ତ୍ର ଭାବେ ଏକ ଟିମ୍ ମୁତୟନ ରହିବେ। ଆଜି ୯ଟା ବେଳେ ଭିଡିଓ କନ୍ଫରେନ୍ସି˚ ମାଧ୍ୟମରେ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ବାର୍ତାଳାପ କରି ସ୍ଥିତି ସ˚ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଶୂନ୍ୟ ଜୀବନହାନୀ ପ୍ରତି ଗୁରୁତ୍ବ ପ୍ରଦାନ କରି ସମସ୍ତେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ। ବାତ୍ୟାରେ ଯେପରି କୌଣସି ପ୍ରକାର ଧନଜୀବନ ହାନି ନ ଘଟେ ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
ଏହି ବୈଠକରେ ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।