କଳାହାଣ୍ଡି,୧୨/୧୧(ହେମନ୍ତ ସାହୁ) : ମ.ରାମପୁର ଚନ୍ଦନପଡ଼ାଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ପଂଚାୟତ ସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ସଭାପତି ପ୍ରଶାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ତଥା ସମ୍ମାନୀତ ଅତିଥି ଭାବରେ ସରପଂଚ ଚିତ୍ତରଂଜନ ବାଗ ଯୋଗଦେଇ ବିଜୁଯୁବ ବାହିନୀ ସଂପର୍କରେ ସାଧାରଣରେ ସୂଚନା ପ୍ରଦାନ କରିବା ସହିତ ଅଂଚଳର ବିକାଶ କିଭଳି ସମସ୍ତଙ୍କ ସହଯୋଗରେ ହେଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଶିଷ୍ଠ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୁବେ, ଯୁବକବି ତଥା ସାମ୍ବାଦିକ ହେମନ୍ତ ସାହୁ, ଗୀତିକାର ଅମୂଲ୍ୟ ବଇଦଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଧନ୍ୟବାଦାର୍ପଣ କରିଥିଲେ କାହ୍ନୁଚରଣ ମାଝୀ । ସଭାପରେ ପରେ ଅଧ୍ୟାପିକା ଲିପ୍ସାମୟୀ ଦୁବେଙ୍କ ମଂଚ ପରିଚାଳନାରେ ଏକ ଡ଼୍ୟାନ୍ସ ଧମାକା ଅନୁଷ୍ଠିତ ହେଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜୁଯୁବବାହିନୀ ପକ୍ଷରୁ ସୋମନାଥ ବାରିକ, ରାଜା ସାହୁ ତଥା ଚନ୍ଦନପଡ଼ା କାର୍ତ୍ତିକ ପୂଜା କମିଟୀ ତରଫରୁ ନକୁଳ ମହାଖୁଡ଼,ବଳରାମ ମାଝୀ, ରାଜାରାମ ସାହୁ, ଶୁକ୍ରୁ ଘିଭେଲା, ଗଜ ମାଝୀ, ଗଦାଧର ସାହୁ, ହରିହର ସାହୁ, ପ୍ରଶାନ୍ତ ମହାଖୁଡ଼ ପ୍ରମୁଖ ସହଯୋଗ କରିଥିଲେ ।