ଜାନୁଆରୀ ୩ରୁ ୬ ବଲାଙ୍ଗିର ଲୋକ ମହୋତ୍ସବ
ବଲାଙ୍ଗିର,୧୫/୧୧ : ଆଜି ବଲାଙ୍ଗିର ସ୍ଥିତ ଡ଼ି.ଆର.ଡି.ଏ. କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଟୋରିୟମ ହଲ୍ ରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ତଥା ପ୍ରଶାସନିକ ଅଧିକାରୀ ଓ ଅନେକ ବୁଦ୍ଧିଜୀବିଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଚଳିତ ବର୍ଷ ବଲାଙ୍ଗିର ମହୋତ୍ସବ କିପରି ଭାବରେ ସରଳ ଓ ସୁନ୍ଦର ହୋଇପାରିବ ତଥା ତାରିଖନିରୂପଣ ହୋଇ ଜାନୁଆରୀ ୩,୪,୫,ଓ ୬ ଚାରି ଦିନ ଧରି ହେବ ବୋଲି ନିର୍ଦ୍ଧାରଣ କରାଯାଇଥିଲା। ଓ ଏହି ବୈଠକରେ ସମସ୍ତ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ କଳାକାର ମାନଙ୍କୁ ଯେପରି ସୁବିଧା ସୁଯୋଗ ଦିଆଯାଇପାରିବ ଓ ଏହି ଉତ୍ସବରେ ରାଜ୍ୟ ବାହାରୁ ମଧ୍ୟ ଅନେକ କଳାକାର ଆସୁଥିବାରୁ ତାଙ୍କ ମଧ୍ୟ ସୁରକ୍ଷା ଅସୁବିଧା ବିଷୟରେ ବିସଦଭାବରେ ଆଲୋଚଳା ହୋଇଥିଲା।
ବଲାଙ୍ଗିରରୁ ସଞ୍ଜୟ ମିଶ୍ରଙ୍କ ରିପୋର୍ଟ odiabarta.in