ପୁରୁଣାପଡ଼ା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଦିବସ ପାଳିତ

କଳାହାଣ୍ଡି,୧୫/୧୧: ଭବାନୀପାଟଣା ସହର ସ୍ଥିତ ପୁରୁଣାପଡା ୧ ନମ୍ବର୍ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର କର୍ମୀ ସରସ୍ଵତୀ ଆରୁଖ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ମିନତୀ ପ୍ରଧାନ ଯୋଗ ଦେଇ କୁନିକୁନି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଯାଞ୍ଚ୍ କମିଟି ସଦସ୍ୟ ଓ ଅଭିଭାବକମାନେ ଯୋଗଦେଇଥିଲେ। କେନ୍ଦ୍ର ସହାୟିକା କୁନି ବିଶ୍ଵାଳ, ସଞ୍ଜୁ ଡାକୁଆ, ଜୟା ନାୟକ, ସଙ୍ଗୀତା ନାୟକ ପ୍ରମୁଖ ସହଯୋଗ କରିଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.