ରାୟଗଡ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ ଉଦଯାପିତ

ରାୟଗଡ,୧୬/୧୧ : ରାୟଗଡ ଜିଲ୍ଳା ସଦର ବ୍ଳକସ୍ତରୀୟ ଦୁଇ ଦିନିଆ ଶିଶୁ ମହୋତ୍ସବ ସରଗିଫୁଲ ତାଡମା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଡିଓ ରାଜେନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାୟଗଡ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଶିଶୁ ଉତ୍ସବକୁ ଉଦଘାଟନ ପୂର୍ବକ ଶିଶୁମାନେ ଲକ୍ଷ୍ୟ ନିର୍ଦ୍ଧାରଣ କରି ନିଜର ଭବିଷ୍ୟତ ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠ ପଢିବା ସହ ପ୍ରତ୍ୟେକ ଶିଶୁ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ତାର ବିକାଶ ଦିଗରେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଉତ୍ସବରେ ଉଭୟ ଉଦଘାଟନ ଓ ଉଦଯାପନୀ ସଂଧ୍ୟାରେ ଅନ୍ୟତମ ଅତିଥି ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଶିକ୍ଷା ମଣ୍ଡଳାଧିଶ କୃଷ୍ଣଚନ୍ଦ୍ର ମହଲା, ଜିଲ୍ଳା ଶିକ୍ଷାଧିକାରୀ ଶ୍ୟାମଘନ ଭୂୟାଁ, ରାୟଗଡ ବ୍ଳକ ଡବ୍ଳ୍ୟୁଓ ପଂଚାନନ ଖଣ୍ଡୁଆଳ ସମେତ ରାୟଗଡ ବ୍ଳକର ଉପାଧ୍ୟକ୍ଷ, ଜିଲ୍ଳା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇ ସରଗି ଫୁଲ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଉତ୍ସବ ପୂର୍ବରୁ ସମସ୍ତଙ୍କ ଲାଗି ଶିକ୍ଷା ଉଦ୍ଦେଶ୍ୟରେ ଆକାଶବତୀ ଛଡା ଯାଇଥିଲା । ରାୟଗଡ ବ୍ଳକର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ ୧୮ବିଦ୍ୟାଳୟର ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ଉଭୟ ଜୁନିଅର ଓ ସିନିୟର ବିଭାଗରେ ତର୍କ, ସୃଜନାତ୍ମକ ଜ୍ଞାନ, ବିଜ୍ଞାନ, ଗଣିତ, କୁଇଜ, ଏକକ ନୃତ୍ୟ, ଏକକ ସଂଙ୍ଗୀତ, ଦଳଗତ ନୃତ୍ୟ, ଏକକ ଅଭିନୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଋତୁରାଜ ପୁରସ୍କାର ପ୍ରଦାନ କରିଥିଲେ । ଦଳଗତ ନୃତ୍ୟରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପ୍ରଥମ, କେରଡା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବ ଅତଡା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ ଓ ଦ୍ୱିତୀୟ ସ୍ଥାନ କୃତି ପ୍ରତିଯୋଗୀ ଆଗାମୀ ଜିଲ୍ଳା ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପିନାଥ ପରିଚ୍ଛା, ଏସ.ଆର.ଲାଡି, ରମାକାନ୍ତ ପଟ୍ଟନାୟକ, ସୁରେଶ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଦ୍ୱିତୀଚନ୍ଦ୍ର ସାହୁ ମଂଚ ପରିଚାଳନା କରିଥିଲେ ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

——————————————————

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.