କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

କଳାହାଣ୍ଡି/କୋକସରା/ଧର୍ମଗଡ଼,୧୬/୨୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ରୋୟାଲ ପ୍ଳେସ୍ ସଭାଗୃହଠାରେ ଶନିବାର କଳାହାଣ୍ଡି ୱେବ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଲରାମ ପୁଝାରୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ସଂଘର ସଭାପତି ଆଦିତ୍ୟ ମହାନ୍ତି, ସମ୍ମାନୀୟ ଅତିଥି ଭାବରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ଶେଖର ବାଗ, ସଂଘର ସଂପାଦକ ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଗଣମାଧ୍ୟମର ପ୍ରତିନିଧି ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରି ସମସ୍ୟାର ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ତେଣୁ କରି ସମାଜରେ ଗଣମାଧ୍ୟମର ପ୍ରମୂଖ ଭୂମିକା ରହିଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ।

ଏଥିରେ ଆଇନଜିବୀ ଦିଗାମ୍ବର ଦୁରିଆ ଯୋଗଦେଇ ନିଜ ବକ୍ତବ୍ୟରେ ସାମ୍ବାଦିକତା କୈାଣସି ପେଷା ବା ବୃତ୍ତି ନୁହେଁ କିନ୍ତୁ ଆଜିର ଦିନରେ ଶିକ୍ଷିତ ସମାଜ ସାମ୍ବାଦିକତାକୁ ଆଗକୁନେଇ ଦୁଃସାହସିକ ଭାବରେ ଖବର ପ୍ରସାରଣ, ଅନୁସନ୍ଧାନ ସୂଚକ ଖବର ପ୍ରସାରଣ ଯୋଗୁଁ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିପାରୁଛି ବୋଲି କହିଥିଲେ। ଏଥିରେ ସାମ୍ବାଦିକ ଚକ୍ରଧର ବେଶ୍ରା, ଜଗଦୀଶ ଚନ୍ଦ୍ର ନାଏକ, ହିରଣ୍ୟ ବେହେରା, ରୋଜିସ୍ମିତା ଦୁର୍ଗା, ସୁରେନ୍ଦ୍ର ନାଏକ, ପୁରୁଷୋତ୍ତମ ସିଂ ରାଜପୁତ, ନିକୁଞ୍ଜ ଚଲାନ, ଶୋଭିତ ଗାନ୍ଧୀ, ନୟନ ରଞ୍ଜନ ପଣ୍ଡା, ରାକେଶ ବେମାଲ, ତୁଲାମଣି ନାଗ, ଦିଲିପ ଦୁରିଆ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ଥିଲେ। ଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗଦେଇ ଥିବା ସାମ୍ବାଦିକ ବନ୍ଧୁ ମାନେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମକୁ ବିକାଶ ନାଏକ ସୁଚାରୁରୂପେ ପରିଚାଳନା କରିଥିଲେ।

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ସହ କୋକସରା ପ୍ରତିନିଧି ହିରଣ୍ୟ ବେହେରା ଓ ଧର୍ମଗଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.