ଡ଼ୁମେରଗୁଡ଼ା ସରକାରୀ ଉଚ୍ଚବିଦ୍ୟାଳୟକୁ ରାଜ୍ୟସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର

କଳାହାଣ୍ଡି,୧୬/୧୧(ହେମନ୍ତ ସାହୁ) : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ସୁୁରଭି ଉତ୍ସବରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଡ଼ୁମେରଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଇଛି । ସୁରଭି ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥିଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ସମୀର ରଂଜନ ଦାଶ, ସମ୍ମାନୀତ ଅତିଥି ଭାବରେ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଯୋଗଦେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପାତ୍ରଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ସହ ଦଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିବାରୁ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ପାତ୍ରଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟ ହତାରେ ରହିଛି ଏକ ସୁନ୍ଦର ବଗିଚା, ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଅନ୍ୟ ସମସ୍ତ ପ୍ରକାର ସୁବିଧା । ଥରେ ଏହି ବିଦ୍ୟାଳୟକୁ ପ୍ରବେଶ କଲେ ଏକ ପବିତ୍ର ବାତାବରଣ ନିଜକୁ ଶାନ୍ତି ପ୍ରଦାନ କରିଥାଏ । ସରକାରୀ ବିଦ୍ୟାଳୟକୁ ଏଭଳି ଯତ୍ନ ନେବା ସହିତ ସବୁଜ କରିବା ଏକ ଉଦାହାରଣ ନିଶ୍ଚୟ,ତେଣୁ ବିଭିନ୍ନ ସମୟରେ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଛି ଏହି ବିଦ୍ୟାଳୟ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.