ସମାଜରୁ ଦୁର୍ନିତୀ, ଭ୍ରଷ୍ଟାଚାର ଦୂର କରିବାରେ ଗଣମାଧ୍ୟମ ନେଇଛି ମୁଖ୍ୟ ଭୂମିକା

ଓଡିଶା ସାମ୍ବାଦିକ ସଂଘ ରାୟଗଡ ଜିଲ୍ଳା ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

ରାୟଗଡ,୧୭/୧୧ : ଓଡିଶା ସାମ୍ବାଦିକ ସଂଘ ରାୟଗଡ ଜିଲ୍ଳା ଶାଖା ତରଫରୁ ସ୍ଥାନୀୟ ଜିଲ୍ଳା ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଂଘର ବରିଷ୍ଠ ସଭ୍ୟ ନୃସିଂହନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଳା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦଚନ୍ଦ୍ର ପଣ୍ଡା ଯୋଗ ଦେଇ ଆଜିର ଦିବସ ସଂପର୍କରେ ଆଲୋଚନା କରିବା ସହ ଚତୁର୍ଥସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ପ୍ରତିିନିଧିମାନଙ୍କ କଲମ ଖଣ୍ଡା ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ବୋଲି କହିଥିଲେ । ସବୁ ସମୟରେ ଯେ କୈାଣସି ସମ୍ବାଦ ପରିବେଷଣ ବେଳେ ସତ୍ୟତା, ସ୍ୱଚ୍ଛତା, ନିରପେକ୍ଷ, ନିର୍ଭିକତା ଓ ଏହାଦ୍ୱାରା ସମାଜରେ କି ପ୍ରଭାବ ପଡୁଛି ସେଥିପ୍ରତି ଗୁୁରୁତ୍ୱ ଦେଇ ନିଜ କର୍ତବ୍ୟ ସଂପାଦନା କରିବା ସାମ୍ବାଦିକଙ୍କ ଦାୟିତ୍ୱ ଏବଂ ସମାଜରୁ ଦୁର୍ନିତୀ, ଭ୍ରଷ୍ଟାଚାର ଦୂର କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି ସମ୍ମାନୀତ ଅତିଥି ଭାବେ କଳିଙ୍ଗ ଟିଭିର ଜିଲ୍ଳା ପ୍ରତିନିଧି ଅମୂଲ୍ୟରତ୍ନ ସାହୁ ସାମ୍ବାଦିକମାନେ ନିଜର କର୍ତବ୍ୟ ଓ ଦାୟିତ୍ୱକୁ ସଠିକ ଭାବେ ତୁଲାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଆର୍ଥିକ ସମ୍ବଳ ବିକାଶ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆଜି ସଂଘର୍ଷପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ ମଧ୍ୟ ସମାଜର ସବୁବେଳେ ଉନ୍ନତୀ ପାଇଁ ଏବଂ ରାୟଗଡ ଭଳି ମାଓ ପ୍ରବଣ ଜିଲ୍ଳାର ଦୁର୍ଗମ ଅଂଚଳଗୁଡିକର ଅପଂହଚ ବିକାଶକୁ ସରକାରଙ୍କ ନଜରକୁ ଆଣିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସମ୍ବାଦ ପରିବେଷଣ କରିଆସୁଛନ୍ତି ବୋଲି କହିଥିଲେ ।

ସଂଘର ବରିଷ୍ଠ ସଭ୍ୟ ଶ୍ରୀ ପାଢୀ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସମଗ୍ର ଛାପା ଓ ବୈଦୁତିକ ଗଣମାଧ୍ୟମ ଓ ସାମାଜିକ ମିଡିଆର ପ୍ରତିନିଧିମାନଙ୍କୁ ସରକାରୀ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭର ମାନ୍ୟତା ନେଇ ବିଜ୍ଞପ୍ତି ପ୍ରକାଶ କରିବା, କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାରୀ ସାମ୍ବାଦିକ ଭାବେ ସ୍ୱୀକୃତି ପ୍ରଦାନ କରିବା, ସ୍ୱାସ୍ଥ୍ୟବୀମାର ଅନ୍ତର୍ଭୁକ୍ତ କରିବା, ସାମ୍ବାଦିକଙ୍କୁ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା ଓ ଅନ୍ୟାନ୍ୟ ଦାବି ନେଇ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଂଜନ କୁମାର ରଥ, ଶିବ ନାରାୟଣ ଗଉଡ, ସଂଗ୍ରାମ ପଟ୍ଟନାୟକ, ନିରଂଜନ ପାଳ, ଗଜମୋହନ ଗରଡିଆ, ଗୈାରୀ ପଟ୍ଟନାୟକ,ସ୍ମୃତି ରଂଜନ ମହାନ୍ତି, ସନ୍ତୋଷ କୁମାର ଦଳେଇ, ତୁଷାର ରଂଜନ ସାହୁଙ୍କ ସମେତ ଅନ୍ୟ ସାମ୍ବାଦିକ ବନ୍ଧୁ ଓ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକ ଶ୍ରୀ ଗରଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.