ବାଲେଶ୍ବର,୧୭/୧୧(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ତହସିଲ ନିକଟସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାଶ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ,ଶିକ୍ଷା ପରିଷଦର ସଙ୍କୁଳ ନୀରିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ବରିଷ୍ଠ ଇଂରାଜୀ ଭାଷା ପ୍ରଶିକ୍ଷକ ବିଦ୍ଯାଧର କମିଳା ପ୍ରମୁଖ ଯୋଗଦାନ କରି କେନ୍ଦ୍ରର ନୂତନ ଶିକ୍ଷା ନୀତି ଏବେ ସମଗ୍ର ଦେଶରେ ପ୍ରଣୟନ ହେବାକୁ ଯାଉଛି, ନ୍ବନତମ ଭାଷା ଦକ୍ଷତା ଭିର୍ତ୍ତିକ କାର୍ଯ୍ୟକ୍ରମ(ନିଷ୍ଠା)କୁ ମଧ୍ୟ ଉତ୍କଳ ଶିକ୍ଷା ପରିଷଦ ଓଡିଶା ଦ୍ବାରା ବିଭିନ୍ନ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକରେ ଜାତୀୟ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶିକ୍ଷକ ମାନଙ୍କ ଦ୍ବାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ଉକ୍ତ ଦିବସ ବ୍ଯାପି ଶିବିରରେ ୧୨ ଗୋଟି ଶିକ୍ଷା କେନ୍ଦ୍ରରୁ ପ୍ରାୟ ୪୫ ଜଣ ଗୁରୁଜୀ ଓ ଗୁରୁମା ଆସି ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଗୁରୁଜୀ ଓ ଗୁରୁମାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ବାରିକଙ୍କ ଧନ୍ୟବାଦ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।