ବିପଦକୁ ମୁଣ୍ଡରେ ମୁଣ୍ଡାଇ କାର୍ଯ୍ୟ କରୁଛନ୍ତି ଲାଞ୍ଜିଗଡ ଆରଆଇ ଅଫିସ କର୍ମଚାରୀ

ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଲାଞ୍ଜିଗଡ଼ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ

ଲାଞ୍ଜିଗଡ଼,୧୭/୧୧ : ରାଜ୍ୟର ବିଭିନ୍ନ ସ୍ଥାନରେ ରାଜସ୍ବ ନିରିକ୍ଷକ (ଆରଆଇ)ଙ୍କ କାର୍ଯ୍ୟାଳୟ ସବୁ ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବା ଦେଖାଯାଇଛି । ଏସବୁର ଉପଯୁକ୍ତ ରକ୍ଷଣା ବେକ୍ଷଣ କିମ୍ବା ନୂତନ ଗୃହ ନିର୍ମାଣ କରାଯାଉନାହିଁ । ଏହାର ଏକ ଉଦାହରଣ ହେଉଛି ଲାଞ୍ଜିଗଡ ଆରଆଇ ଅଫିସ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରେ ଥିବା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। ଏଥିପ୍ରତି ସଂପୃକ୍ତ ବିଭାଗର ଦୃଷ୍ଟି ପଡୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଝରୁଛି। ଅଫିସ କାର୍ଯ୍ୟ ଚାଲୁ ଥିବା ସମୟରେ କାନ୍ତ ଓ ଛାତରୁ ପଲସ୍ତରା ଖସୁଛି। ଅଫିସ କାମରେ ଯାଇଥିବା ଚାଷୀମାନେ ଭୟରେ ଅଫିସ ଗୃହ ଭିତରୁ ବାହାରକୁ ଚାଲି ଆସୁଛନ୍ତି। କର୍ମଚାରୀଙ୍କ ମୁଣ୍ଡ ଉପରେ ବିପଦ ଝୁଲିକି ରହୁଛି। ଏଥିରେ ତିନିଟି କୋଠରୀରୁ ଗୋଟିଏ କୋଠରୀର ଛାତର ଅଧା ତଳକୁ ଖସି ଯାଇଥିବା ବେଳେ ଅନ୍ୟଟି ବିପଦ ସଂକୁଳ ଅବସ୍ଥାରେ ଥିଲେ ମଧ୍ୟ ଅଫିସ କର୍ମଚାରୀ ବାଧ୍ୟହୋଇ କାମ କରିବାକୁ ପଡୁଛି। ତୃତୀୟ କୋଠରୀର କବାଟ ଖୋଲି ହେଉନି । ଏଥିପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହାକୁ ଭାଙ୍ଗି ନୂଆ ଅଫିସ ପାଇଁ ଲାଞ୍ଜିଗଡ଼ ଅଞ୍ଚଳବାସୀ ଓ ଚାଷୀ ମାନେ ଦାବି କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

———————————————————

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.