ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଜାତୀୟ ଚିତ୍ରକଳା ଶିବିରରେ ଶିଳ୍ପୀ କେଶୁଦାସଙ୍କ ଚିତ୍ର

● ପ୍ରଥମଥର ଜଉରଙ୍ଗରେ ଶିଳ୍ପୀ ଆଙ୍କିଲେ ଚିତ୍ର

ବାଲେଶ୍ଵର,୧୭/୧୧(କୃଷ୍ଣ କୁମାର ମହାନ୍ତି): ବିରଳ ପ୍ରଜାତିର ଅଶ୍ଵଖୁରାକୃତି କଙ୍କଡା ବା ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବାଲେଶ୍ଵରର ବରିଷ୍ଠ ଚିତ୍ରଶିଳ୍ପୀ କେଶୁଦାସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଜାତୀୟ ଚିତ୍ରକଳା କର୍ମଶାଳାରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ନିଜର ଚିତ୍ର ଆଙ୍କି ସେ କରିଛନ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲେଶ୍ଵର ଜିଲ୍ଲା ଜଳେଶ୍ବରର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଛି ତିନିଦିନିଆ ଜାତୀୟ ଚିତ୍ରକଳା କର୍ମଶାଳା ଓ ଶିଶୁ ଚିତ୍ରକଳା ମହୋତ୍ସବ। ଏହାକୁ ଜଳେଶ୍ବର ଆର୍ଟ ଫାଉଣ୍ଡେସନ୍ ଆୟୋଜନ କରିଥିଲା।

Udyog Nursery
Udyogi Nursery

ଏଥିରେ ପଶ୍ଚିମବଙ୍ଗରୁ ଶଙ୍କରୀ ମିତ୍ରା, ମ୍ରିନାଲ୍ ମାଇତି, ପୁରୀରୁ ଦୁର୍ଗାମାଧବ କର, ଭୁବନେଶ୍ୱରରୁ ପ୍ରିୟ ବଲ୍ଲଭ ସାହୁ, କଟକରୁ ଗୌରାଙ୍ଗ ବାରିକ, ଭଦ୍ରକରୁ ଅଶୋକ ମହାନ୍ତି, ଧର୍ମପଦ ବିଶ୍ବାଳ, ସୋରରୁ ଆଦିତ୍ୟ ଜେନା, ବାଲେଶ୍ବରରୁ କେଶୁଦାସ, ପୂର୍ଣ୍ଣେନ୍ଦୁ ପି ପତି, ରେମୁଣାରୁ ବ୍ରଜ ଷଢ଼ଙ୍ଗୀ, ଜଳେଶ୍ବରରୁ ବିଷ୍ଣୁପଦ ସେନାପତି, ଭୋଗରାଇରୁ ଭୂପତି ସୁର, ଦିଲ୍ଲୀପ ଗିରି ପ୍ରମୁଖ ମୋଟ ୧୪ ଜଣ ଅଂଶ ଗ୍ରହଣ କରି ନିଜ ନିଜ ଶୈଳୀ ଓ ବିଷୟବସ୍ତୁକୁ ନେଇ ଚିତ୍ରମାନ ଆଙ୍କିଥିଲେ । ସମସ୍ତେ ପ୍ରାୟ ଆକ୍ରିଲିକ୍ ରଙ୍ଗ ମାଧ୍ୟମରେ ଆଧାତ୍ମିକ, ପାରମ୍ପରିକ ଓ ସାମାଜିକ ଥିମ୍ ଓ ସମସ୍ୟାକୁ ଆଧୁନିକ ଶୈଳୀରେ ଉପସ୍ଥାପନ କରିଥିବା ବେଳେ ଶିଳ୍ପୀ କେଶୁଦାସ ନିଜ ଚିତ୍ର ଜଉରଙ୍ଗରେ ଆଙ୍କିଥିଲେ। ତାହା ପୁଣି ବିଶ୍ବର ବିସ୍ମୟ ଓ ବିରଳ ଜୀବନ୍ତ ଜୀବାଷ୍ମ ନୀଳରକ୍ତ କଙ୍କଡା ଉପରେ ଆଧାରିତ ହୋଇ ଅତ୍ୟନ୍ତ ଆକର୍ଷଣୀୟ ଓ ସଚେତନାଧର୍ମୀ ହୋଇପାରିଥିଲା। ତାଙ୍କ ଚିତ୍ରକର୍ମଟି କର୍ମଶାଳାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା।

ନିଜ ଚିତ୍ରକଳା ବିଷୟରେ କେଶୁ କହନ୍ତି ଯେ, “ଜଳେଶ୍ବରର ଜୀବନରେଖା ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ସୁବର୍ଣ୍ଣରେଖା ନଦୀର ମୁହାଣରେ ୪୫୦ ମିଲିୟନ ବର୍ଷ ପୂର୍ବର ନୀଳରକ୍ତ କଙ୍କଡା ବା ରାମଲଖନ୍ ବା ଲକ୍ଷ୍ମଣପାତିଆ ନାମକ ଆଦିମ ସାମୁଦ୍ରିକ ଜୀବ ଦେଖିବାକୁ ମିଳେ । ତାହା ପୁଣି ମୃତ। ସଚେତନତା ଅଭାବରୁ ସେସବୁର ମୃତ୍ୟୁ ହେଉଥିଲା। ମୁଁ ମୋର ପେଣ୍ଟିଂ ମାଧ୍ୟମରେ ସାଧାରଣ ଲୋକ ସହ ଏ ଅଞ୍ଚଳର ଜ୍ଞାନୀ ଗୁଣୀ, ସମାଜସେବୀ, ପ୍ରଶାସକ, ଜନନେତା, ଚିତ୍ରକର, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କୁ ବାର୍ତ୍ତା ଦେବା ପାଇଁ ଚାହିଁଲି ଏବଂ ଚିତ୍ରଟି ଆଙ୍କିଲି।”

ଏହି କର୍ମଶାଳାରେ ଭାରତର ଏକମାତ୍ର ଜଉ ଚିତ୍ରଶିଳ୍ପୀ ଶ୍ରୀ ଦାସ ସୁବର୍ଣ୍ଣରେଖାକୁ ଏକ ସୁନ୍ଦର ନଦୀ ମାଆ ରୂପରେ ଚିତ୍ରିତ କରି ତାଙ୍କ ଦୁଇ ହାତରେ ନୀଳରକ୍ତ କଙ୍କଡା ଧରେଇ ଯେଉଁ ଚିତ୍ରଟି ଆଙ୍କିଛନ୍ତି ତାହା ଦ୍ଵାରା ସେ ଏପରି ଏକ ଦୁର୍ଲ୍ଲଭ କଙ୍କଡାର ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି।

ମୁହାଣ ପାଣି ନାଲି ରଙ୍ଗ ଦେଇ ଶିଳ୍ପୀ ବିପଦର ସନ୍ଦେଶ ଦେଇ ବହୁ ନୀଳରକ୍ତ କଙ୍କଡ଼ାକୁ ଭସାଇଛନ୍ତି । ନୀଳରକ୍ତ କଙ୍କଡା ପାଇଁ ସୁବର୍ଣ୍ଣରେଖା ମୁହାଣ ରକ୍ତମୁଖା ହୋଇଛି ବୋଲି ଶିଳ୍ପୀ ଶ୍ରୀ ଦାସ ଦର୍ଶାଇଛନ୍ତି।

ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ ତଥା ଅଶୋକ ମହାନ୍ତି ପ୍ରଥମ ଥର ଜଉଚିତ୍ରର କଳା-କୌଶଳ ସହ ବିଷୟବସ୍ତୁର ପରିପ୍ରକାଶ ଦେଖି ଭୂୟଶୀ ପ୍ରଶଂସା କରିଥିଲେ।

ଆୟୋଜକ ଯୁବ ଚିତ୍ରଶିଳ୍ପୀ ମୁକ୍ତିପଦ ନନ୍ଦୀ କହନ୍ତି, ୫ମ ଥର ଚିତ୍ର କର୍ମଶାଳାରେ ପ୍ରଥମ ଥର ପାଇଁ ଏକ ଭିନ୍ନ ଶୈଳୀ ଓ ମାଧ୍ୟମର ଚିତ୍ରଟିଏ ପ୍ରଦର୍ଶିତ ହେଲା ।”

ସେହିପରି ଆଇନଜୀବୀ ଓ କଳାସଂସ୍କୃତି ପ୍ରେମୀ ସତ୍ୟସୁନ୍ଦର ଦାସ ଏହି ଚିତ୍ରକଳାଟି ଆମ ଅଞ୍ଚଳର ଲୋକମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ମତବ୍ୟକ୍ତ କରିଥିଲେ ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.