ବଲାଙ୍ଗୀର,୧୭/୧୧: କୋଶଳ କଳାମଣ୍ଡଳ ସ୍ଥିତ ଲାଇବ୍ରେରୀ ହଲରେ କୋସଲି ଭାଷା ସଂସ୍କୃତି ଗବେଷଣା କେନ୍ଦ୍ର (କୋସଲ) ତରଫରୁ ଏକ ବିଚାର ମନ୍ଥନ ସମାବେଶ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବର୍ଷିୟାନ କବି ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କୋସଳି ଭାଷା ସଂସ୍କୃତି ଆନ୍ଦୋଳନକୁ ଲୋକାଭିମୁଖୀ କରିବାକୁ ଆସିଥିବା ପ୍ରସ୍ତାବମାନଙ୍କ ଉପରେ ବିଚାର ଆଲୋଚନା ହୋଇଥିଲ। କୋସଳାଞ୍ଚଳର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରଜିତ ସିଂ ମହାରଥା, ନିମାଇଁ ଚରଣ ପାଣିଗ୍ରାହୀ, ଅଚ୍ୟୁତ ପୁରୋହିତ, ଦିଲୀପ କୁମାର ପସାୟତ, ଶିବ ପ୍ରସାଦ ସା, ଭୀକାରି ମିଶ୍ର, ବିଶ୍ବଜିତ ନାୟକ, ପୁସ୍ତମ ଜୁଏଡ଼, ଲୋକେଶ୍ବର ପାଣ୍ଡେ, ଗୋବର୍ଦ୍ଧନ ପାଣ୍ଡିଆ ଋକ୍ମଣ ବିଶ୍ବାଳ, ଏଡଭୋକେଟ ସୁସାନ୍ତ ବାଗ, କପିଲେଶ୍ବର ଖମାରୀ, କବୟତ୍ରୀ ସବିତା ମହରା, ମୁରଲୀଧାରି ପତି, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସମାଜସେବୀ ଶାନନ୍ତୁ କୁମାର ନାଏକ, ଗୌରାଙ୍ଗ ପାଣ୍ଡେ, ସତ୍ଯନାରାୟଣ ନାୟକ, ଗଣେଶ ବାରିକ, ଅଶୋକ କୁମାର ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ ସଭାକୁ କବି ରାମଭକ୍ତ ଫରିକାର ସଂଯୋଜନା କରିବା ସହ ସଭାର ଆଭିମୁଖ୍ୟ ବାବଦରେ ସୁଚନା ଦେଇଥିଲେ। ଏହି ଅବସରରେ ଦ୍ବିମାସିକ କୋସଲି ପତ୍ରିକା ‘ନୁଆଁ ସକାଲ’ ଲୋକାର୍ପିତ ହୋଇଥିଲା।