ନଭେମ୍ବର ୨୦ ଓ ୨୧ ତାରିଖ ବଲାଙ୍ଗିର ବନ୍ଦ ଡାକରା ଦେଲା ଏକ୍ସନ କମିଟୀ

ରାଜ୍ୟ ଓ କେନ୍ଦ୍ର ସରକାରକଂ ଅଫିସ, ବୀମା ଓ ବ୍ୟାକଂ ବନ୍ଦ କରିବା ପାଇଁ ନିଆଯାଇଛି  ନିଷ୍ପତ୍ତି

ଦୋକାନ ବଜାର, ସ୍କୁଲ, କଲେଜ, ଗାଡି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି

ବଲାଙ୍ଗିର,୧୯/୧୧ : ବିଭିନ୍ନ ଦାବି ନେଇ ବଲାଗିଂର ଏକ୍ସନ କମିଟୀ ଆସନ୍ତା ୨୦ ଓ ୨‍୧ ତାରିଖ ଦୁଇଦିନ ଧରି ବଲାଗିଂର ବନ୍ଦ ଡାକରା ଦେଇଛି । କେବଳ ରାଜ୍ୟ ଓ କେନ୍ଦ୍ର ସରକାରକଂ ଅଫିସ, ବୀମା ଓ ବ୍ୟାକଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦୋକାନ ବଜାର, ସ୍କୁଲ, କଲେଜ, ଗାଡି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି । ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ଜଣାପଡିଛି । ବଲାଗିଂର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଚଂ ଶୀଘ୍ର ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତକୁଂ ଉଚିତ କ୍ଷତିପୁରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ କରିବା ପାଇଁ ଦାବୀ କରି ଅନ୍ଦୋଳନ କରିବ ବଲାଗିଂର ଏକ୍ସନ କମିଟୀ । ସୋମବାର ଦିନ ପ୍ରସ୍ତୁତି ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ବଲାଗିଂର ଏକ୍ସନ କମିଟୀର ଆବାହକ ଗୋପାଲଜୀ ପାଣିଗ୍ରାହୀ।

ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.