ବିଭୂତି ପଡା ଓ ଲକ୍ଷ୍ମୀ ନଗର ପଡାବାସୀଙ୍କ ମଧ୍ୟରେ ସଂଘର୍ଷ
ବଲାଙ୍ଗିର,୧୯/୧୧ : ବଲାଙ୍ଗିର ଟାଉନ ଥାନା ଅଧିନସ୍ଥ ବିଭୂତି ପଡା ଓ ଲକ୍ଷ୍ମୀ ନଗର ପଡାବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୯ ଟା ସମୟରେ ଗୋଷ୍ଠୀ ସଂଘର୍ଷ ଫଳରେ ମାରଣାସ୍ତ୍ର ଦ୍ୱାରା ଆକ୍ରମଣର ଶିକାର ହୋଇ ୩ ଜଣ ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ପରେ ଦୁଇ ପଡା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆହତ ମାନେ ହେଲେ ବିଭୁତି ପଡାର ସଦାନନ୍ଦ ବେହେରା, ଲଷ୍ମୀ ନଗର ପଡାର ରାମେଶ୍ୱର ନାଗ ଓ ବବଲୁ ସୁନା। ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଆଗକୁ ଯେମିତି ନିଅନ୍ତ୍ରଣାଧିନ ରହିବ ତା’ର ପଦକ୍ଷପ ନେଇଥିବା ଜଣାପଡିଛି।