ବଲାଙ୍ଗିର,୨୦/୧୧ : ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ବିଭିନ୍ନ ସମୟରେ ଚାଷୀକୂଳ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। ଯାହାର ପ୍ରକୃତ ସତ୍ୟା ସତ୍ୟ ଏବେ ପଦାକୁ ଆସିଛି। ଯେଉଁଥିରେ ବିଗତ ଦୁଇ ବର୍ଷ ଧରି ଚାଷୀକୁଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ସୂଚନା ଅନୁସାରେ ବିଗତ ବର୍ଷ ୨୦୧୭-୧୮ଏବଂ ୨୦୧୮-୧୯ ବର୍ଷ ଖରିଫ ଫସଲର କୃଷି ବିମାରାଶି ନ ମିଳିବାରୁ ଦେଓଗାଁ ବ୍ଲକ ଅନ୍ତର୍ଗତ କୂଳତା ପଡ଼ା ଓ ଅର୍ଜୁନ ପୁର ଗ୍ରାମର ଶତାଧିକ ବିମାଧାରୀ ରାଜ ରାସ୍ତାରେ ଓଲ୍ଲାଇଛନ୍ତି। ଏବଂ ସମାନ ଭାବରେ ସହର ମଧ୍ୟରେ ରେଲି କରିବା ସହ ବଲାଙ୍ଗୀର ଜିଲ୍ଲା ପାଳଙ୍କ କାର୍ଯ୍ୟ ଲୟ ସମ୍ମୁଖରେ ଅନିଦୀର୍ଷ୍ଟ କାଳ ପାଇଁ ଆମରଣ ଅନଶନ ରେ ବସିଛନ୍ତି। ତେବେ ଆଗାମୀ ଦିନ ମଧ୍ୟରେ ଯଦି ସରକାର ଆମ ଚାଷୀକୁଳ ପ୍ରତି ସହାନୁଭୂତି ନ ଦେଖାନ୍ତି କି ବୈମାତୃକ ମନୋଭାବ ରଖନ୍ତି ତା ହେଲେ ପରିସ୍ଥିତି ଭୟଙ୍କର ରୁପ ନେବ ବୋଲି ଚାଷୀ କୁଳ ଚେତାବନୀ ଦେଇଛି। ସେପଟେ ଆଜି ବୀମା ଧାରୀ ମାନେ ବଲାଙ୍ଗୀର ଜିଲ୍ଲା ପାଳ ଓ ଆରକ୍ଷୀ ଅଧକ୍ଷଙ୍କୁ ମଧ୍ୟ ଲିଖିତ ଅବଗତ କରାଇଛନ୍ତି।