ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ଏକ୍ସନ କମିଟି ଆନ୍ଦୋଳନ

ଏକ୍ସନ କମିଟିର ଆହ୍ବାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଦୁଇ ଦିନ ଧରି ସଂପୂର୍ଣ୍ଣ ବନ୍ଦ ଡାକରା

ବଲାଙ୍ଗିର,୨୦/୧୧ : ବଲାଙ୍ଗିର ଏକ୍ସନ କମିଟିର ଆବାହନରେ ଆଜି ବଲାଙ୍ଗିରର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ୟନୁଷ୍ଠାନ ବନ୍ଦ ରହିଛି। ଯେଉଁଥିରେ ବିଭିନ୍ନ ସଙ୍ଘ, ସଂସ୍ଥା, ତଥା ଅନୁଷ୍ଠାନର ଶତାଧିକ କର୍ମ୍ମୀ ସାମିଲ ହୋଇ ପିକେଟିଂ କରି ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛନ୍ତି। ବିଗତ ବର୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ୍ସନ କମିଟି ଆନ୍ଦୋଳନ ତଥା ଦାବି କରି ଆସୁଥିବାବେଳ ଏ ପ୍ରଯନ୍ତ କୌଣସି ସୁଫଳ ମିଳି ପାରିନି। କିମ୍ବା ସରକାରଙ୍କ କୌଣସି କାରୁକାର୍ଯ୍ୟ ଆଖି ଦୃଶିଆ ହୋଇନି। ଯାହାକୁ ନେଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ସହର ତଥା ଜିଲ୍ଲା ବାସୀ। ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନା ହେଉ କି ବାଇପାସ ରାସ୍ତା କି ବିସ୍ଥାପିତ ଙ୍କ ପାଇଁ ଥଇଥାନ ତଥା ଲୋୟର ସୁକତେଲ ପ୍ରକଳ୍ପର କାର୍ୟରମ୍ଭ, ସବୁ କାର୍ଯ୍ୟରେ ଉଭୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲା ବାସୀ। ଯାହାକୁ ନେଇ ପୁଣି ଥରେ ସକ୍ରିୟ ହୋଇଉଠିଛି ଏକ୍ସନ କମିଟି।

ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.