ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପ୍ରତି ଶ୍ରମ କାର୍ଯ୍ୟାଳୟର ଅବହେଳା ଅଭିଯୋଗ

ଜିଲ୍ଳା ନିର୍ମାଣ ଶ୍ରମିକ ମହାସଂଘ ତରଫରୁ ଜିଲ୍ଳାପାଳଙ୍କୁ ଦାବିପତ୍ର

ବିଭିନ୍ନ ପ୍ରକାର ବେନିଫିଟ୍ କରାଇବା ପାଇଁ ଡିଏଲସି ଟଙ୍କା ମାଗୁଥିବା ଅଭିଯୋଗ

ରାୟଗଡ,୨୦/୧୧ : ଦୀର୍ଘ ୨ବର୍ଷ ମଧ୍ୟରେ ରାୟଗଡ ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲସି) ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସହ ବାରମ୍ବାର ଆଲୋଚନା କରିସାରିଲୁଣି ହେଲେ ଡିଏଲସିଙ୍କ ପଇସା ପତ୍ର ଲାଲସାରୁ ସେ କିଛି ବେନିଫିଟ କରୁନାହାନ୍ତି ଓ ବିଭିନ୍ନ ପ୍ରକାର ବେନିଫିଟ୍ କରାଇବା ପାଇଁ ଟଙ୍କା ମାଗୁଛନ୍ତି ଏମିତିକି ପୁନଃନବୀକରଣ ପାଇଁ ମୁଣ୍ଡ ପଚ୍ଛା ୧୦୦ଟଙ୍କା ଅଧିକ ଓ ନୂତନ ପଂଜୀକରଣ ପାଇଁ ୧୦୦ଟଙ୍କା ଅଧିକ ମାଗୁଛନ୍ତି ଫଳରେ ନବୀକରଣ ପାଇଁ ନିର୍ମାଣ ଶ୍ରମିକମାନେ ଆଉ କାର୍ଯ୍ୟାଳୟକୁ ଆସୁନାହାନ୍ତି ଏବଂ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ରାୟଗଡ ଜିଲ୍ଳା ନିର୍ମାଣ ଶ୍ରମିକ ମହାଂସଘର ସଭାପତି ନିରଂଜନ ପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିିଥିଲେ । ଏହି ଦାବିପତ୍ରରେ ଶ୍ରମ କାର୍ଯ୍ୟାଳୟରେ ଯଥାଶୀଘ୍ର ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ନିଯୁକ୍ତ କରାଇବା, ନିର୍ମାଣ ଶ୍ରମିକ ପଂଜୀକରଣ, ସହାୟତା ପ୍ରଦାନ, ନିର୍ମାଣ ଶ୍ରମିକ ନବୀକରଣ କାର୍ଯ୍ୟକୁ ତ୍ୱାରାନ୍ନିତ କରାଇବା ଆଦି ଦାବିଗୁଡିକ ନେଇ ପ୍ରଶାସନକୁ ଆସନ୍ତା ୧୪ଦିନ ମଧ୍ୟରେ ଏହାର କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି ଓ ଦାବି ପୂରଣ ନ ହେଲେ ସମସ୍ତ ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ତରଫରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଉଲ୍ଳେଖ ରହିଛି । ଉପାନ୍ତ ରାୟଗଡ ଜିଲ୍ଳାରେ ଅନ୍ୟ ଉପକୂଳ ଜିଲ୍ଳାଗୁଡିକ ଅପେକ୍ଷା ଏଠାରେ ଅଧିକ ଶେଷ ସଂଗ୍ରହ କରାଯାଉଛି । ଜିଲ୍ଳାରୁ ଲକ୍ଷାଧିକ ନିର୍ମାଣ ଶ୍ରମିକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ବେଳେ ସେମାନେ ନିର୍ମାଣ ଶ୍ରମିକ ଭାବେ ପଂଜୀକୃତ ହୋଇପାରୁ ନାହାନ୍ତି । ଫଳରେ ଅନ୍ୟ ଜିଲ୍ଳାଗୁଡିକରେ ଶ୍ରମ ବିଭାଗ ପକ୍ଷରୁ ଲକ୍ଷାଧିକ ଶ୍ରମିକ ନିର୍ମାଣ ଶ୍ରମିକରେ ପଂଜୀକୃତ ହୋଇ ସରକାରଙ୍କ ବିଭିନ୍ନ ସହାୟତା ପାଉଥିବା ବେଳେ ଏଠାରେ ବଂଚିତ ହେଉଛନ୍ତି । ଶ୍ରମିକ ବହୁଳ ରାୟଗଡ ଜିଲ୍ଳାରେ ଟାଳଟୁଳ ନୀତି ଯୋଗୁଁ ବର୍ତମାନ ସୁଦ୍ଧା ମାତ୍ର ୬୦ହଜାର ଶ୍ରମିକ ପଂଜୀକୃତ ହୋଇପାରିଛନ୍ତି । ନିର୍ମାଣ ଶ୍ରମିକ ଭାଇଭଉଣୀମାନଙ୍କ ନାମ ଏଂଟ୍ରି ହୋଇଥିଲେ ମଧ୍ୟ ସ୍ୱୀକୃତି ପାଇନାହିଁ । ଏ ସଂକ୍ରାନ୍ତରେ ଜିଲ୍ଳା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଦୀର୍ଘ ୨ବର୍ଷ ହେବ ଡିଏଲସି ଶ୍ରୀ ତ୍ରିପାଠୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ସେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ସେହିପରି ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାର ବହୁ ଆଦିବାସୀ ଓ ହରିଜନ ଶ୍ରମିକ ଭାଇଭଉଣୀମାନେ ପଂଜୀକୃତ ହୋଇ ସହାୟତା ପାଇଁ ଡିଏଲସିଙ୍କ କାର୍ଯ୍ୟାଳୟକୁ ଆସିବା ବେଳେ ଜାତି ଭିତିକ ଭାଷା ଆକ୍ଷେପ କରି କାର୍ଯ୍ୟାଳୟକୁ ନ ଆସିବା ପାଇଁ କଟୁ ବାକ୍ୟ ବ୍ୟବହାର କରିବା, ସହାୟତା ରାଶି ମାଗିଲେ ବାପାର ପୈତୃତ ସଂପତି ନା କଣ ସବୁଦିନ ଆସି ଏଠାରେ ଗହଳିଚହଳି କରୁଛ ବୋଲି କହୁଥିିବା ଅଭିଯୋଗ ସମ୍ବନ୍ଧରେ ସଭାପତି ଶ୍ରୀ ପାତ୍ର ଦାବିପତ୍ରରେ ଉଲ୍ଳେଖ କରାଯାଇଥିବା କହିଛନ୍ତି । ସେହିପରି ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ଦୀର୍ଘ ବର୍ଷ ଧରି ଡେପୁଟେସନରେ ପଠାଇବା ଦ୍ୱାରା ଜିଲ୍ଳାର ନିର୍ମାଣ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବର୍ତମାନ ଡିଏଲସିଙ୍କ କାର୍ଯ୍ୟାଳୟରେ ୪୦୦ଟି ମୃତ୍ୟୁକାଳୀନ ସହାୟତା, ୪୦୦ଟି ବିବାହ ସହାୟତା,୪୫୦୦ଟି ଶିକ୍ଷାବୃତି ସହାୟତା, ୧୫୦ଟି ପ୍ରସୂତିକାଳୀନ ସହାୟତା,୪୦୦୦ଟି ନୂତନ ପଂଜୀକରଣ, ୧୫୦୦ଟି ପଂଜୀକୃତ ହୋଇ ବକେୟା ଥିବା ସହାୟତା,୨୫୦୦୦ଟି ସାଇକେଲ ସହାୟତା,୨୨୦୦୦ଟି ଯନ୍ତ୍ରପାତି ସହାୟତା ଓ ୧୦୦୦ଟି ନବୀକରଣ ସହାୟତା ବକେୟା ରହିଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ସେହିପରି ରାୟଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ୪ଟି ଜିଲ୍ଳାର ଜିଲ୍ଳା ଶ୍ରମ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଡିଏଲସି ଶ୍ରୀ ତ୍ରିପାଠୀଙ୍କ ମନମାନି ଯୋଗୁଁ କୈାଣସି ବିଲଡିଙ୍ଗ କନଷ୍ଟ୍ରକ୍ସନ କାର୍ଯ୍ୟ ଆଗକୁ ବଢିପାରୁନାହିଁ । ଡିଏଲସିଙ୍କ କାର୍ଯ୍ୟାଳୟରେ ଥିବା କଲ୍ୟାଣ ସଂଯୋଜକ ସୁକାନ୍ତ ପଣ୍ଡା ମଧ୍ୟ ପ୍ରତ୍ୟେକ ସହାୟତା ପ୍ରଦାନ ବେଳେ ଅର୍ଥ ମାଗୁଥିବାରୁ ଅନେକ ଶ୍ରମିକ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଗଣେଷ ହିମିରିକା, ଅନୀଲ ମହାପାତ୍ର, ରୁନା ନାୟକ, ବସନ୍ତ ପାତ୍ର, ଦୟାନିଧି ନାୟକ, ରମେଶ ଶବର, ଅଜୟ ବେନିଆଙ୍କ ସମେତ ମହାସଂଘ ଦ୍ୱାରା ଅନୁବନ୍ଧିତ ଅନ୍ୟ ଶ୍ରମିକ ସଂଘଗୁଡିକର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.