ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର  

କେସିଙ୍ଗା,୨୦/୧୧ : ମହାବିଦ୍ୟାଳୟର ଛାତ୍ରିମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ଜାଗ୍ରତ କରିବାସହ ପ୍ରତିକୂଳ ପରିସ୍ଥିତିରେ ନିଜକୁ ସୁରକ୍ଷା କରିବା ନିମନ୍ତେ ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ଏହି ଦଶ ଦିନିଆ ତାଲିମ ଶିବିରର ଉଦଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ ସଭାପତିତ୍ୱ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବେଲଖଣ୍ଡି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା-ପରିଚାଳକ ରାଧାମୋହନ ବାଣୁଆ, ମୁଖ୍ୟ ବକ୍ତା ଅଧ୍ୟାପକ ଡ଼କ୍ଟର ମଦନ ମୋହନ ସାହୁ ରହିଥିବା ବେଳେ ଅଧ୍ୟାପକ ନିରଞ୍ଜନ ମାଝୀ, ଦୁର୍ଯ୍ୟୋଧନ ବିଶୋଇ , ବସନ୍ତ କୁମାର ସାହୁ , ଭକ୍ତବନ୍ଧୁ ପଧାନ, ବୁଦ୍ଧଦେବ ପଧାନ, ଚଉବନ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ଅଧ୍ୟାପକ ସଦାନନ୍ଦ ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ନିରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । କୁଶୁର୍ଲା ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟ ଭାରତୀ ମାଝୀ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

କେସିଙ୍ଗା ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

—————————————————–

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.