ସ୍କୁଲ ଅଫ ଫର୍ମାସି ଦ୍ୱାରା ୫୮ତମ ଜାତୀୟ ଫର୍ମାସି ସପ୍ତାହରେ ସଚେତନତା ଶୋଭାଯାତ୍ର

ରାୟଗଡ,୨୧/୧୧ : ରାୟଗଡ ଜିଲ୍ଳା ପିତାମହଲ ଠାରେ ଥିବା ସେଂଚ୍ୟୁରିଆନ ୟୁନିଭରସିଟି ଅଫ ଟେକ୍ଟୋଲୋଜି ଏଣ୍ଡ ମ୍ୟାନେଜମେଂଟ କ୍ୟାମ୍ପସ ପରିସରରେ ଥିବା ସ୍କୁଲ ଅଫ ଫର୍ମାସି ତରଫରୁ ସେଂଚ୍ୟୁରିଆର ଆଂଚଳିକ ନିର୍ଦ୍ଦେଶକ ରାଜେଶ କୁମାର ପାଢୀଙ୍କ ନିର୍ଦ୍ଦେଶ କ୍ରମେ ୫୮ତମ ଜାତୀୟ ର୍ଫମାସି ସପ୍ତାହ ପାଳନ ଉପଲକ୍ଷେ ବୁଧବାର ଦିନ ସକାଳ ସାଢେ ୮ଟା ସମୟରେ ସ୍ଥାନୀୟ ଗଜପତି ଛକ ଠାରୁ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ ଶାଖା ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରାରେ ସେଂଚ୍ୟୁରିଆନର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ପାଢୀ, ସ୍କୁଲ ଅଫ ଫର୍ମାସିର ଅଧ୍ୟକ୍ଷ ଡ.ଚନ୍ଦ୍ରଶେଖର ପାତ୍ରଙ୍କ ସମେତ ନିହାର ରଂଜନ କର,ବସୁକାନ୍ତ ଶତପଥି, ଦୀପଙ୍କର ରଥ, ଲାଡି ଅଲିକ କୁମାର,ବଶ୍ରୀମତି କାମିନୀ ସେଠୀ,ବସୁଶ୍ରୀ ପଲ୍ଳିଶ୍ରୀ ଭୁକ୍ତା,ବଦୁଷ୍ମନ୍ତ ବେହେରା,ବଦେବାଶିଷ ପଟ୍ଟନାୟକ ଷ୍ଟାଫ ସଭ୍ୟାମାନଙ୍କ ସହ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଡ୍ରଗ୍ସର ଅପବ୍ୟବହାର ନ କରିବା, ଡାକ୍ତରଙ୍କ ବିନା ଅନୁମତିରେ ଔଷଧ ନ କିଣିବା, ଔଷଧ ଡୋଜ ନ ଜାଣି ଦୋକାନରୁ କିଣିବା ଆଦି ବିଷୟରେ ହାତରେ ପ୍ଳାକାର୍ଡ ଧରି ସଚେତନ ସୃଷ୍ଟି କରିଥିଲେ । ସେହିପରି ଚଳିତ ବର୍ଷ ଏହି ସପ୍ତାହ ପାଳନ ଉପଲକ୍ଷେ “ଫର୍ମାସିଷ୍ଟ ୟୁଓର ମେଡିକେସନ କାଉନସିଲର” ବିଷୟବସ୍ତୁ ରଖାଯାଇଛି । ସେହିପରି ସପ୍ତାହ ପାଳନ ଅବସରରେ ସ୍କୁଲ ଅଫ ଫର୍ମାସି ଦ୍ୱାରା ୨୧ତାରିଖରେ ରକ୍ତଦାନ ଶିବିର ଏବଂ ୨୩ତାରିଖରେ ପୋଷ୍ଟର ପ୍ରେଜେନଷ୍ଟେସନ ଏବଂ ଉଦଯାପନୀ ଉତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସ୍କୁଲ ଅଫ ଫର୍ମାସି ତରଫରୁ ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

——————————————————-

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.