ବଢୁଛି ଅବାଧ ଜନ୍ତୁ ଶିକାର : ଅସୁରକ୍ଷିତ ବନ୍ୟପ୍ରାଣୀ

ଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ନିୟମିତ ପେଟ୍ରୋଲିଂ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । କିନ୍ତୁ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି । ଏହା ସହିତ ବନ୍ୟ ଜନ୍ତୁଙ୍କ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି ।

ସୋନପୁର,୨୧/୧୧ : ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଦ୍ୟୁତ୍ ତାର ସଂଯୋଗ ପୂର୍ବକ ଅବାଧ ଜନ୍ତୁ ଶିକାର କରାଯାଉଥିବା ଅଭିଯୋଗ ହେଉଛି । ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲି ବନ୍ୟ ଜନ୍ତୁ ନୁହେଁ, ଅସାବଧାନତା ବଶତଃ ସାଧାରଣ ମଣିଷର ବି ଜୀବନ ଯାଉଛି । ନିକଟରେ ପିତାମହୁଲ ଜଙ୍ଗଲ ଠାରେ ବାର୍ହା ଶିକାର ପାଇଁ ଟଣାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଗୋଟିଏ ପରିବାରର ଦୁଇ ବାପପୁଅଙ୍କ ଜୀବନ ଯିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହା ପୂର୍ବରୁ ମେଟାକାନୀ ଓ ମାଙ୍କଡବାହାଲ ଜଙ୍ଗଲରେ ମଧ୍ୟ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ମଙ୍ଗଳବାର କୋଟସମଲାଇ ପଞ୍ଚାୟତର ସାରସଦାଦର ଜଙ୍ଗଲରୁ ମଧ୍ୟ ଏକ ଦନ୍ତା ହାତୀର ଶବ ଉଦ୍ଧାର ହୋଇଥିବା ବେଳେ ଉକ୍ତ ହାତୀର ମୃତ୍ୟୁ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ହୋଇଥିବା ଜଣାଯାଇଛି । କିଛି ମାସ ତଳେ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଜଙ୍ଗଲରେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ୬ଟି ଗୋରୁ ମୃତ୍ୟୁବରଣ କରିଥିଲେ । ଗତ କିଛି ବର୍ଷ ହେଲା ଉପଖଣ୍ଡର ବିଭିନ୍ନ ଜଙ୍ଗଲରେ କ୍ରମାଗତ ଭାବରେ ଏଭଳି ଘଟଣାମାନ ଘଟିବା ଲୋକଲୋଚନକୁ ଆସୁଥିବା ବେଳେ କୌଣସି ଠାରେ କିନ୍ତୁ ଅପରାଧି ଧରା ପଡୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ନିୟମିତ ପେଟ୍ରୋଲିଂ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । କିନ୍ତୁ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି । ଏହା ସହିତ ବନ୍ୟ ଜନ୍ତୁଙ୍କ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

——————————————————-

Pearl dental clinic
Near Ashish Medical Store, Bhawanipatna

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.