ମେଡିକଲ ବୋର୍ଡରେ ନାହାନ୍ତି ଅସ୍ଥିଶଲ୍ୟ ଡାକ୍ତର, ପ୍ରମାଣ ପତ୍ର ପାଉନାହାନ୍ତି ଦିବ୍ୟାଙ୍ଗ

୫-ଟି ସଚିବଙ୍କ ନିର୍ଦ୍ଦେଶକୁ ପୂରିଲା ମାସେ,କେବେ ହେବ ପୂରଣ

Omkar Vasthu
Omkar Vasthu

ଅସ୍ଥିଶଲ୍ୟ ଡାକ୍ତରଙ୍କ ପାଇଁ ଯୋଗାଯୋଗ ଚାଲିଛି – ସିଡିଏମଓ

Pearl dental clinic
Near Ashish Medical Store, Bhawanipatna

ରାୟଗଡ,୨୧/୧୧ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳା । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସବୁୁବେଳେ ଚର୍ଚ୍ଚାରେ । ସାଧାରଣ ରୋଗୀ ଏଠାରେ ସ୍ୱାସ୍ଥ୍ୟସେବା ପାଇବାରେ ଯେତିକି ହଇରାଣ ହେଉନାହାନ୍ତି ତାହାଠାରୁ ଅଧିକ ହଟ୍ଟହଟ୍ଟା ହେଉଛନ୍ତି ଦିବ୍ୟାଙ୍ଗମାନେ । ନୂଆ ନିୟମ ପ୍ରକାରେ ମାସର ପ୍ରତ୍ୟେକ ଶୁକ୍ରବାର ଦିନ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହେଉଥିବା ମେଡିକଲ ବୋର୍ଡ ଅନୁଷ୍ଠିତ ହେଉଥିବା ବେଳେ ଅସ୍ଥିଶଲ୍ୟ ଡାକ୍ତରଙ୍କ ଅଭାବ ହେତୁ ପ୍ରାୟ ୪୦୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗମାନେ ଅସ୍ଥି ବାର୍ଦ୍ଧିତ ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉଛନ୍ତି । ଭେଷଜ ବିଶେଷଞଙ୍କ ସହ ଇଏନଟି ଡାକ୍ତରମାନେ ଯେଣେତେଣ କରି ଆଖି, କାନ, ନାକ, ବେକ, ସିକନ ସେଲ ଭଳି ଅନ୍ୟାନ୍ୟ ରୋଗକୁ ନେଇ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ କରୁଥିବା ବେଳେ ହାତଗୋଡ କାମ କରୁ ନ ଥିବା, ପୋଲିଓ ଆଦି ରୋଗରେ ପୀଡିତ ୮୦ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗମାନେ ପ୍ରମାଣ ପତ୍ର ପାଇ ପାରୁନାହାନ୍ତି । ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ବହୁ ଯୋଜନା ରୂୂପାୟନ କରୁଥିବା ବେଳେ ଏଥିରେ ସାମିଲ ହୋଇ ପାରୁଥିବା ଦିବ୍ୟାଙ୍ଗ ହିତାଧିକାରୀମାନେ ଭତା ଠାରୁ ଆରମ୍ଭ କରି ଅନେକ ଯୋଜନାରେ ସହାୟତା ପାଇପାରୁଛନ୍ତି । ତେବେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅସ୍ତିଶଲ୍ୟ ବିଶେଷଞ ଡାକ୍ତରଙ୍କ ପଦବୀ ଦୀର୍ଘ ଦେଢ ବର୍ଷ ଧରି ଖାଲି ପଡିଥିବାରୁ ଦେିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ଦିବ୍ୟାଙ୍ଗମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବିଶେଷ କରି ଭତା ଓ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଗତ ଅକ୍ଟୋବର ମାସ ୧୦ତାରିଖରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ରୋଗୀମାନଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆବଶ୍ୟକ ସ୍ଥଳେ ସପ୍ତାହ, ୧୫ଦିନ ତଥା ମାସିକ ପାଇଁ ଯଦି ଭଡା ଦେଇ ଆଉଟସୋର୍ସିଂରୁ ଡାକ୍ତର ଯୋଗାଡ ହୋଇପାରିବ ତାହାହେଲେ ଯେତେ ଟଙ୍କା ଆବଶ୍ୟକ ହେଲେ ମଧ୍ୟ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କୁ ନିଯୁକ୍ତ କରନ୍ତୁ ବୋଲି ଜିଲ୍ଳାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶକୁ ଏକ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏଯାବତ୍ କୈାଣସି ହେଲେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ଭଡା ସୂତ୍ରରେ ଅଣାଯାଇ ନ ଥିବା ବେଳେ ଏ ନେଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକଙ୍କୁ ପଚାରି ବୁଝିବାରୁ ୫-ଟି ସଚିବଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବିଶାଖାପାଟଣାମ ଠାରୁ ଆରମ୍ଭ କରି ପଡୋଶୀ ଜିଲ୍ଳା ସମେତ ସ୍ଥାନୀୟ ଅଂଚଳରୁ ମଧ୍ୟ ଆଉଟସୋର୍ସିଂ ମାଧ୍ୟମରେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନିଯୁକ୍ତ କରିବା ପାଇଁ ଯୋଗାଯୋଗ ଚାଲିଛି ଏବଂ ଆଉ ଅଳ୍ପ ଦିନ ମଧ୍ୟରେ ଡାକ୍ତରଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି । ତେବେ ପ୍ରକାଶ ଥାଉ କି ଦୀର୍ଘ ୫ ରୁ ୬ମାସ ହେବ ଅସ୍ଥି ବାର୍ଦ୍ଧିତ୍ୟ ପ୍ରମାଣ ପତ୍ର ପାଇବା ପାଇଁ ଆବେଦନକାରୀ ଦିବ୍ୟାଙ୍ଗମାନେ ଡାକ୍ତରଙ୍କ ଅଭାବ ଯୋଗୁଁ ପ୍ରମାଣ ପତ୍ର ନ ପାଇ ହଟ୍ଟହଟ୍ଟା ହେବାରେ ଲାଗିଛନ୍ତି । ଫଳରେ ଭତା ପାଇବା ଠାରୁ ଆରମ୍ଭ କରି ଅନେକ ସରକାରୀ ଯୋଜନାରୁ ଉପକୃତ ହୋଇ ପାରୁ ନ ଥିବା ଜଣାପଡିଛି । ଅପରପକ୍ଷେ ପୂର୍ବରୁ କୋରାପୁଟରୁ ଜଣେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ଭଡାରେ ଅଣାଯାଇ ଏହି ପ୍ରମାଣ ପତ୍ର ପ୍ରତ୍ୟେକ ମାସ ୨ତାରିଖରେ ପ୍ରଦାନ କରାଯାଉଥିବା ବେଳେ ଆଉ ଆସୁ ନ ଥିବାରୁ ଏହା ମଧ୍ୟ ମିଳୁନାହିଁ ବୋଲି ଜିଲ୍ଳା ଭିନ୍ନକ୍ଷମ ମହାସଂଘର ସଂପାଦକ ଅମରେନ୍ଦ୍ର ନାଥ ପ୍ରକାଶ କରିଥିବା ବେଳେ ଜିଲ୍ଳାରେ ବର୍ତମାନ ୨୮୩୩୪ଜଣ ଭିନ୍ନକ୍ଷମ ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥିଶଲ୍ୟ ଡାକ୍ତରଙ୍କ ଅଭାବ ଯୋଗୁଁ ଆହୁରି ପ୍ରମାଣପତ୍ର ଅଭାବରୁ ଅନେକ ଦିବ୍ୟାଙ୍ଗମାନେ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁର ସୂଚନା ଦେଇଛନ୍ତି । ତେବେ ୫-ଟି ସଚିବଙ୍କ ନିର୍ଦ୍ଦେଶକୁ ପୂରଣ କରିବା ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଉ କେତେ ଦିନ ଲାଗିବ ଏବଂ ଦିବ୍ୟାଙ୍ଗମାନେ କେବେ ଅସ୍ଥିବାର୍ଦ୍ଧିତ ପ୍ରମାଣ ପତ୍ର ପାଇ ସରକାରଙ୍କ ଯୋଜନାରେ ଉପକୃତ ହେବ ତାହା ଦେଖିବାକୁ ବାକି ରହିଲା ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୈଡଙ୍କ ରିପୋର୍ଟ odiabarta.in

—————————————————–

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.