ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୂ ରକ୍ତଦାନ ଶିବିର 

ରାୟଗଡ,୨୨/୧୧ : ଇମ୍ଫା କମ୍ପାନୀର ସାମାଜିକ ଓ ଦାୟିତ୍ୱ ବୋଧ ଶାଖା ବଶିଂଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ରାୟଗଡ଼ା ରକ୍ତ ଭଣ୍ଡାର ଓ ଆମ ଓଡ଼ିଶା ସହାୟତାରେ ଇମ୍ଫା ଏମ୍ପ୍ଲ୍ଇଜ କ୍ଲବରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ଇମ୍ଫା କାରଖାନାର ଉପ ସଭାପତି ଶ୍ରୀଯୁକ୍ତ କେ ଭି ରାଓ ଓ ଥେରୁବାଲି ଗ୍ରା. ପ. ର ସରପଞ୍ଚ ଶ୍ରୀମତୀ କମଳା ହିକକା ମିଳିତ ଭାବେ ଉଦଘାଟନ କରିଥିଲେ।

ରକ୍ତ ଦାନ ଏକ ମହତ ଦାନ ଏହାକୁ ଉପଲବ୍ଧ କରି ଇମ୍ଫା ର ଉପ ସଭାପତି ଶ୍ରୀଯୁକ୍ତ କେ ଭି ରାଓଙ୍କ ସହିତ, ଶ୍ରମିକ, କର୍ମଚାରୀ, ପରିବାର ବର୍ଗ ଓ ଆଖପାଖ ଅଞ୍ଚଳର ଯୁବକମାନେ ରକ୍ତଦାନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡଃ ମହମଦ ଅବଦୁଲ ମାଜିଦ ଓ ସହକର୍ମୀ, କର୍ମକର୍ତ୍ତାମାନେ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ଦାତାଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା।

ଇମ୍ଫା ଡାକ୍ତର ଖାନାର ମୁଖ୍ୟ ପଦାଧିକାରୀ ତଥା ଉପ ମୂଖ୍ୟ ପ୍ରବନ୍ଧକ ଡଃ ପ୍ରଶାନ୍ତ କୁମାର କର ଏହାକୁ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ଯତମ ଉପ ମହାପ୍ରବନ୍ଧକ ଶ୍ରୀମାନ୍ ଅଜୟ କୁମାର ବେହୁରିଆଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଶିଂଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଦିଆଯାଉଥିବା ସିଲାଇ ତାଲିମ କେନ୍ଦ୍ରର ଶିକ୍ଷାର୍ଥୀ ମାନେ ମଧ୍ୟ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରକୁ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.