ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ଲାଞ୍ଜିଗଡ,୨୩/୧୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଫଆଇଡିଆର ଶିକ୍ଷା ସମ୍ବଳ ବିଭାଗ ଦ୍ବାରା ପରିଚାଳିତ କୋଚିଙ୍ଗ ପୋଗ୍ରାମ ର ଏହା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅଟେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜମ୍ବେଶ୍ୱର ମାଝୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ପୂର୍ବତନ ଏବିଇଓ ତଥା ଏଫଆଇଡିଆର ମାଷ୍ଟର ଟ୍ରେନର ଶିକ୍ଷା ସମ୍ବଳ ଗୋପବନ୍ଧୁ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଶିକ୍ଷକ ସୁନୀଲ ପାଠକ, ଶିକ୍ଷା ସମ୍ବଳର କୋଚିଙ୍ଗ ପୋଗ୍ରାମର ଜଗବନ୍ଧୁ ମହାପାତ୍ର, ଶିକ୍ଷକ ଆନନ୍ଦ ରାଉତ, ଶିକ୍ଷୟତ୍ରୀ ବନିତା ଧଙ୍ଗଡ଼ାମାଝୀ, ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ଶିକ୍ଷା ସମ୍ବଳ କୋଡ଼ିନେଟର ପ୍ରଦ୍ୟୁସ ପ୍ରକାଶ ପୃଷ୍ଟି, ପ୍ରୋଜେଟ କୋଡ଼ିନେଟର ଚନ୍ଦ୍ରଚୁଡ ମହାଖୁଡ଼ ପ୍ରମୂଖ ମଞ୍ଚାସୀନ ଥିଲେ ।

ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସହ ଶିକ୍ଷକ ଓ ଅଭିଭାବକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିବାସହ ସମ୍ମିଳନୀରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କ ସହ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ବିଷଦ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟଯେ, ଏହି ବିଦ୍ୟାଳୟରେ ନବମ ଓ ଦଶମ ଦୁଇ ଗୋଟି ଶ୍ରେଣୀ ଥିବାବେଳେ ୧୫୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଶିକ୍ଷା, କ୍ରିଡା ସହ ଶୈଖିକ କ୍ଷେତ୍ରରେ ଏହି ବିଦ୍ୟାଳୟର ଜଥେଷ୍ଠ ସୁନାମ ରହିଛି । କାର୍ଯ୍ୟକ୍ରମରେ ପ୍ରୋଜେଟ କୋଡ଼ିନେଟର ଚନ୍ଦ୍ରଚୁଡ ମହାଖୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କୋଚିଙ୍ଗ ପୋଗ୍ରାମର ଜଗବନ୍ଧୁ ମହାପାତ୍ର।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.