ଜାନୁଆରୀ ୭ରୁ ୧୧ ସୁବର୍ଣ୍ଣ ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ସୋନପୁର,୨୩/୧୧ : ୨୭ତମ ସୁବର୍ଣ୍ଣପୁର ଜିଲା ମହୋତ୍ସବ ‘ସୁବର୍ଣ୍ଣ ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା’ ଅନୁଷ୍ଠିତ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ଜାନୁଆରୀ ୭ରୁ ୧୧ ପାଞ୍ଚ ଦିନ ଧରି ସ୍ଥାନୀୟ ଗାନ୍ଧୀ ପଡିଆରେ ହେବାକୁ ଥିବା ଏହି ମହୋତ୍ସବରେ ୭, ୮ ଓ ୯ ସୁବର୍ଣ୍ଣ ଲୋକ ମହୋତ୍ସବ ଓ ୧୦,୧୧ ଲୋକ କଳା ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଥମ ପ୍ରସ୍ତୁତି ବୈଠକରେ ସ୍ପଷ୍ଟ କରାଯାଇଛି । ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ମୋନିଷା ବାନାର୍ଜୀ ଏଥିରେ ଅଧ୍ୟକ୍ଷତା କରି ଏହି ମହୋତ୍ସବକୁ କିପରି ଅଧିକ ଆକର୍ଷଣୀୟ କରାଯାଇ ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ହାରାହାରି ୨୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯିବା ସହିତ ଏହି ବର୍ଷ ଯେପରି ଅର୍ଥ ସଠିକ କାର୍ଯ୍ୟରେ ବ୍ୟୟ କରାଯିବା ସହ ଅଯଥା ବ୍ୟୟ କମାଯିବ ତାକୁ ନିୟନ୍ତ୍ରଣ କରିବା ପାଇଁ ଅର୍ଥ କମିଟିକୁ ଦାୟିତ୍ୱ ଦିଆଯାଇଛି । ଆରମ୍ଭରେ ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥର ମହୋତ୍ସବରେ ଓରମାସ୍ ପକ୍ଷରୁ ୧୫୦ରୁ ଊଦ୍ଧ୍ୱର୍ ଷ୍ଟଲ୍ କରାଯାଇ ରାଜ୍ୟର ସମସ୍ତ ଜିଲା ତଥା ରାଜ୍ୟ ବାହାରର ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ ସାଙ୍ଗକୁ ବିକ୍ରୟର ବ୍ୟବସ୍ଥା କରାଯାଇଛି ବୈଠକରେ ସହରର ସମସ୍ତ ସାଂସ୍କୁତିକ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ତଥା ସହରର ସମସ୍ତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ତଥା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶରତ ଚନ୍ଦ୍ର ପଣ୍ଡା, ଜିଲା ପରିଷଦ ସଭାପତି ଉଷା କୁମାରୀ, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ସୋନପୁର ଉପଜିଲାପାଳ ବଳରାମ ମଲ୍ଲିକ, ଓରମାସ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବରାଜ ସାହୁ, ଭାରପ୍ରାପ୍ତ ଡିଆଇବି ଡିଏସପି ମନୋରଞ୍ଜନ ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ଜିଲା ନିୟୋଜନ ଅଧିକାରୀ ଶର୍ମିଷ୍ଠା ଧଳ, ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଜେନା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ଦୈତ୍ୟନାରାୟଣ ପାଢୀ, ଜିଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରିଚରଣ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ସୋନପୁର ବିଡିଓ ରବୀନ୍ଦ୍ର କୁମାର ପଟେଲ, ତରଭା ବିଡିଓ ନିହାର ରଞ୍ଜନ କଅଁର, ବୀରମହାରାଜପୁର ବିଡିଓ ନିରଞ୍ଜନ ନାଏକ, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ଇନ୍ଦ୍ରଜିତ ସାହୁ, ସହକାରୀ ଯନ୍ତ୍ରୀ ଉଠାଜଳସେଚନ ଶିରିଶ କୁମାର ମୁଣ୍ଡା, ସହକାରୀ ପ୍ରାଣୀଧନ ଅଧିକାରୀ ଡ.ସୁନିଲ କୁମାର ମହାପାତ୍ର, ହର ପ୍ରସାଦ ରଥ, ଚରଣ ନାଏକ, ମାନଭଞ୍ଜନ ମିଶ୍ର, ଶାଶ୍ୱତ କୁମାର ମିଶ୍ର, ପ୍ରଦ୍ୟୁମ୍ନ ସାହୁ, ପୁରୁଷୋତ୍ତମ ମିଶ୍ର, ସୌରଭ ରଞ୍ଜନ ଖମାରୀ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ମେହେର, କଇରୁ ସ୍ୱାଇଁ, ଶ୍ରୀବତ୍ସ ମଲ୍ଲିକ, ନରଦେବ ଭୋଇ, ପୁରୁଷୋତ୍ତମ ପାଣିଗ୍ରାହୀ, ଗୋବିନ୍ଦ ମହାରଣା, ଜିତେନ୍ଦ୍ର ପଟ୍ଟନାୟକ, ଡ. ପ୍ରଫୁ୍ଲ୍ଲ ରଥ, ବ୍ରଜମୋହନ ଦାନୀ, ଲଡୁକିଶୋର ମଲ୍ଲିକ, ସୁଧାଂଶୁ ଶେଖର ମିଶ୍ର ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ତଥା ବହୁ ବିଶିଷ୍ଟ ନାଗରିକ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.