ରାୟଗଡରେ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରକୁ ଡିପିଆର ପଠାଇବା ପାଇଁ ଅନୁରୋଧ କରିବାକୁ ଯିବ ଫୋରମ୍

Omkar Vasthu
Omkar Vasthu

ରାୟଗଡ,୨୩/୧୧ : ରାୟଗଡ ଠାରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ନିମନ୍ତେ ଜିଲ୍ଳାର ସମସ୍ତ ସଂଗଠନ ଏକ ହୋଇ ଏକ ସ୍ୱରରେ ଦାବି ଉତୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଳାସ୍ତରୀୟ ସଂଗଠନଗୁଡିକର ସଭାପତି ଓ ସଭ୍ୟମାନଙ୍କୁ ନେଇ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରୀ ମେଡିକଲ କଲେଜ ଏକ୍ସନ କମିଟି ନାମରେ ଏକ ଫୋରମ୍ ଗଠନ କରାଯାଇଛି । ଏହି ଫୋରମ ଆସନ୍ତା ଦିନରେ ବିଜୁ ଜନତା ଦଳର ଜିଲ୍ଳାସ୍ତରୀୟ ନେତାମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଥିବା ନେତା ଓ ପଦାଧିକାରୀମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ରାୟଗଡ ଠାରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ନିମନ୍ତେ ଆଲୋଚନା କରିବା ସହ ଏକ ରାଜ୍ୟ ସରକାରଙ୍କ ତରଫରୁ ଡିପିଆର ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇବା ପାଇଁ ଅନୁରୋଧ ଓ ଦାବି ଉପସ୍ଥାପନା କରିବେ ବୋଲି ସ୍ଥିର ହୋଇଛି । ସେହିପରି ରାୟଗଡ ଠାରେ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ଦାବିକୁ ଜିଲ୍ଳାର ସମସ୍ତ ସଂଗଠନ ସମର୍ଥନ କରୁଥିବା ନେଇ ନିଜ ନିଜ ବ୍ୟାନରେ ଦାବି ଉପସ୍ଥାପନା କରି ଜିଲ୍ଳାର ସମସ୍ତ ଅଂଚଳରେ ଲଗେଇବା ସହ ଜିଲ୍ଳାର ୧୧ଗୋଟି ପଂଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସରକାରୀ ମେଡିକେଲ କଲେଜ ପ୍ରତିଷ୍ଠା ଦାବି ପୂରଣ ପାଇଁ ଚିଠି ପ୍ରେରଣ କରାଯିବା ପାଇଁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଛି । ଏହି ବୈଠକରେ ଆବାହକ ଚନ୍ଦ୍ରମୈାଳି କୁମୁ୍ନ୍ଦନ ରଂଜନ ରଥ, ଅଜିତ ଜୈନ, ବାଦଲ କୁମାର ତା’, ସୁନୀଲ ପଣ୍ଡା, ଗୋବିନ୍ଦ ରଥ, ବ୍ରଜସୁନ୍ଦର ନାୟକ, ଶକ୍ତି ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସଂଗଠନଗୁଡିକର ସଭାପତି ଓ ସଭ୍ୟମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି କେନ୍ଦ୍ର ସରକାର ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ ଜିଲ୍ଳାରେ ଏକ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା କରିବାକୁ ସମ୍ମତି ଦେଇଥିଲେ । ଗତ ୨୦୧୪ ମସିହାରେ ଜିଲ୍ଳାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୨୭.୪୦କୋଟି ଟଙ୍କା ବ୍ୟୟରେ ରାୟଗଡ ଠାରେ ମେଡିକଲ କଲେଜ ତଥା ହଷ୍ଟେଲ ନିର୍ମାଣ ପାଇଁ ଚାହୁଁଥିବା କଥା ବିଧାନସଭାରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥି ପାଇଁ ସରକାରୀ ସ୍ତରରେ ରାୟଗଡ ଠାରେ ୨୦-୨୫ଏକର ଜାଗା ମଧ୍ୟ ଚିହ୍ନଟ ହୋଇଥିଲା । ତେବେ କାର୍ଯ୍ୟଟି କୈାଣସି କାରଣରୁ ଏଯାବତ୍ ଆରମ୍ଭ ହୋଇପାରିଲା ନାହିଁ । ଅପରପକ୍ଷେ ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସାରା ଦେଶର ଆକାଂକ୍ଷି ଜିଲ୍ଳାଗୁଡିକରେ ୭୫ଗୋଟି ନୂଆ ମେଡିକଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ସେହିପରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟଗୁଡିକରେ ୨୦୦ଶଯ୍ୟାର ପ୍ରାବଧାନ ଥିବ ସେଠାରେ ଅଗ୍ରାଧିକାର ଭିତିରେ ମେଡିକଲ କଲେଜ ପ୍ରତିଷ୍ଠା ପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ନିୟମ ରହିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ପଛୁଆ ତଥା ଗରିବ ରାୟଗଡ ଜିଲ୍ଳା ନୀତି ଆୟୋଗର ଆକାଂକ୍ଷି ଜିଲ୍ଳାରେ ସାମିଲ ହୋଇଥିବାରୁ ଏଠାରେ ସରକାରୀ ମେଡିକଲ କଲେଜ ପ୍ରତିଷ୍ଠା ନିର୍ମାଣ ପାଇଁ ରାୟଗଡ ଜିଲ୍ଳା ଯୋଗ୍ୟ ଓ ହକଦାର ରହିଛି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.