ପଖାଳ କଂସା ରୁ ପିଆଜ ଉଭାନ : ଖାଉଟିଙ୍କୁ ପିଆଜ ଚିନ୍ତା

୫ ରୁ ୧୦ ଟଙ୍କାରେ ବିକି ଏବେ ୭୦/୮୦ ରେ ପିଆଜ କିଣୁଛି ଚାଷୀ

Omkar Vasthu
Omkar Vasthu

ସୋନପୁର,୨୪/୧୧ : ପିଆଜର ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା କଷ୍ଟ ଭୋଗୁଛନ୍ତି । ରୋଷେଇ ଶାଳକୁ ପିଆଜ ପସିପାରୁ ନଥିବାବେଳେ ପାଖାଳ କଂସା ରୁ ଏହା ଉଭାନ ହୋଇ ଯାଇଛି । ଏପରିକି ଯେଉଁ ଚାଷୀ ନିଜେ ଅମଳ କରୁଥିବା ପିଆଜକୁ ୫/୧୦ ଟଙ୍କାରେ ବିକି ଦେଇଥିଲା, ସିଏ ଏବେ ୭୦/୮୦ ଟଙ୍କାରେ ପିଆଜ କିଣୁଛି ତା’ ପଖାଳ କଂସା ପାଇଁ । ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଏଭଳି ଦରବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ସିଧାସଳଖ ମହଙ୍ଗା ମାଡ ଯୋଗୁଁ ଗରିବ ଖାଉଟିଙ୍କ ହାଣ୍ଡିଶାଳରୁ ବର୍ତ୍ତମାନ ପିଆଜ ଉଭାନ୍ ହୋଇଯାଇଛି । ଦର ବୃଦ୍ଧି ପରଲିକ୍ଷିତ ହୋଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଡିସେମ୍ବର ୧୫ରୁ ଜାନୁଆରୀ ୨୦ତାରିଖ ମଧ୍ୟରେ ରବି ପିଆଜ ଲଗାଯାଇଥାଏ । ସୁବର୍ଣ୍ଣପୁର ଜିଲାରେ ଉଭୟ ଖରିଫ ଏବଂ ରବିରେ ପିଆଜ ଚାଷ ହୋଇଥାଏ । ଏପ୍ରିଲ ମାସ ଶେଷ ଆଡକୁ ପିଆଜ ଅମଳ ହୋଇଥାଏ । ଗୋଟିଏ ହେକ୍ଟର ଚାଷଜମିରୁ ପାଖାପାଖି ୭୦ରୁ ୮୦କ୍ୱିଣ୍ଟାଲ ପିଆଜ ଉତ୍ପାଦିତ ହୋଇଥାଏ । ପ୍ରତିବର୍ଷ ଜିଲାରେ ୨ଲକ୍ଷ ୮୦ହଜାର କ୍ୱିଣ୍ଟାଲ ପିଆଜ ଉତ୍ପାଦନ ହେଉଥିବା ଜଣାପଡିଛି । ଜିଲାର ବିରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା, ଡୁଙ୍ଗୁରିପାଲି ଆଦି ଅଞ୍ଚଳରେ ସବୁଠାରୁ ଅଧିକ ପରିମାଣରେ ପିଆଜ ଚାଷ ହେଉଥିବା ଜଣାପଡିଛି । ଅମଳ ସମୟରେ ପିଆଜ ଦର ପ୍ରାୟତଃ କମ୍ ରହୁଥିବାରୁ ଅମଳ ପରେ ଚାଷୀକୁ ପିଆଜ ସାଇତି ରଖିବା ପାଇଁ ପ୍ରତିବର୍ଷ ରିହାତି ଦରରେ ପିଆଜ ଘର ଯୋଗାଇ ଦିଆଯାଉଛି । ୨୦୧୮-୧୯ରେ ଅନେକ ଚାଷୀଙ୍କୁ ସବ୍‍ସିଡି ଆକାରରେ ୧୨.୫୦ ମେଟ୍ରିକ ଟନ ବିଶିଷ୍ଟ ପିଆଜ ଘର ଯୋଗାଇ ଦିଆଯାଇଛି । ଅମଳ ପରେ ଦୀର୍ଘ ୬ମାସ ପିଆଜକୁ ସାଇତି ରଖି ଭଲ ଦରରେ ବିକ୍ରି କରିବା ପାଇଁ ଚଷୀଙ୍କୁ ଏଭଳି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଜିଲାରେ ପିଆଜ ଚାଷୀଙ୍କ ସଂଖ୍ୟା ପ୍ରତିବର୍ଷ କମୁଥିବା ଲକ୍ଷ୍ୟ କରାଯାଇଛି । ଏଭଳି ଭିତ୍ତିଭୂମି ସତ୍ତ୍ବେ ଚାଷୀ ଖରିଫ ଏବଂ ରବି ପିଆଜକୁ ଆଦାୟ କରି ଅଧିକ ଦିନ ସାଇତି ନରଖି ସ୍ୱଳ୍ପ ଦରରେ ପିଆଜଗୁଡିକୁ ବିକ୍ରି କରୁଥିବାରୁ ଜିଲାରେ ଅମଳ ହେଉଥିବା ପିଆଜ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ । ଯାହା ଫଳରେ ସୋନପୁରରେ ପର୍ଯ୍ୟାପ୍ତ ପିଆଜ ଅମଳ ପରେବି ନିଅଣ୍ଟିଆ ସମୟରେ ଖାଉଟିଙ୍କୁ ସୁଲଭ ଦରରେ ପିଆଜ ମିଳିପାରୁନାହିଁ । ଚାଷ ମଧ୍ୟ ନିଅଣ୍ଟିଆ ସମୟରେ ଭଲ ଦୁଇ ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି । ଅହେତକ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରକାଶ ଯେ ସୋନପୁର ଜିଲାରେ ପିଆଜ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ସହିତ ଅନୁକୂଳ ପରିବେଶ ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ରହିଥିଲେ ମଧ୍ୟ ପିଆଜ ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁନଥିବା ଦେଖାଯାଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.