ଟିକିରି ଠାରେ ଶିଶୁ ସାମ୍ବାଦିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କାଶିପୁର,୨୪/୧୧ (ହୃଷିକେଶ ସାହୁ) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ସ୍ଥିତ ଆଜାଦ କ୍ଲବ ଠାରେ ଆଜି ପ୍ରେସ ୟୁନିୟନ କାଶିପୁର ,ଟିକିରି ତରଫରୁ ବିଦ୍ୟାଳୟର ଶିଶୁ ସାମ୍ବାଦିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାର ବସନ୍ତ କୁମାର ପ୍ରଧାନ ଯୋଗଦେଇ ଶିଶୁ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ।

ଉକ୍ତଳ ଆଲୁମିନା କମ୍ପାନୀ ର ସିଏସଆର ଡିଜିଏମ ଶିବ ମହାପାତ୍ର, ମାଇନସ ଏଜିଓ ଶୁକାନ୍ତ ମହାପାତ୍ର, ପିଆର ଚୈଧୁରୀ ପ୍ରଣବା ନନ୍ଦ ଦାସ ଏବଂ ରାୟଗଡ଼ାର ବରିଷ୍ଠ ସାମ୍ବାଦିକ ଅମୁଲ୍ୟ ରତ୍ନ ସାହୁ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କାଶିପୁର ବ୍ଲକର ଥୁଟିବର ଆଶ୍ରମ ସ୍କୁଲ,ଥୁଟିବର କନ୍ୟାଶ୍ରମ, ମା ଆଶ୍ରମ ସ୍କୁଲ, ଡଙ୍ଗାସିଲ କନ୍ୟାଶ୍ରମ, ଉପରକୋଡିଙ୍ଗା ଆଶ୍ରମ ସ୍କୁଲ, ଗୋରଖପୁର ଆଶ୍ରମ ସ୍କୁଲ ଓ ସାନମାଟିକୋଣା ଆଶ୍ରମ ସ୍କୁଲର ଛାତ୍ର ଛାତ୍ରୀ ଅଶଂଗ୍ରହଣ କରିଥିଲେ।

ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁବ୍ରତ ଚୈଧୁରୀ ପରିଚାଳନା କରିଥିବାବେଳେ ପ୍ରେସ ୟୁନିୟନର ସଭାପତି ରାଜେଶ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଟିକିରି ପ୍ରେସ ୟୂନିୟନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.