୬୭ବର୍ଷ ପରେ ତହସିଲ କାର୍ଯ୍ୟାଳୟରେ ପାନୀୟ ଜଳ ସୁବିଧା

କଳାହାଣ୍ଡି,୨୫/୧୧(ହେମନ୍ତ ସାହୁ) : ମ.ରାମପୁର ତହସିଲ କାର୍ଯ୍ୟାଳୟ ସ୍ଥାପନର ୬୭ ବର୍ଷ ପରେ ପାନୀୟ ଜଳ ସୁବିଧା ହେଇଥିବା ଜଣାଯାଇଛି । ଏକ ବିରାଟ ହତା ଭିତରେ ଥିବା ଏହି କାର୍ଯ୍ୟାଳୟ ପରିସରରେ ସବ୍ ରେଜେଷ୍ଟ୍ରି ବିଭାଗ, ଟ୍ରେଜେରୀ ବିଭାଗ ରହିଥିବାବେଳେ ଏହି କାର୍ଯ୍ୟାଳୟରେ ପ୍ରତିଦିନ ଶହ ଶହ ଲୋକଙ୍କ ଗହଳି ଲାଗିରହିଥାଏ ଏବଂ ଅନେକ କର୍ମଚାରୀ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାବେଳେ ସମସ୍ତେ ପାଣି ଟୋପେ ପାଇଁ ବାହାରକୁ ଯାଇଥାନ୍ତି । ଏହି କାର୍ଯ୍ୟାଳୟରେ ଆଜକୁ ୪୨ଜଣ ତହସିଲଦାର ଆସି ଯାଇ ସାରିଥିବାବେଳେ ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ଏବଂ ମ.ରାମପୁର ଗ୍ରାମ ପଂଚାୟତର ସହଯୋଗରେ ବୋରିଂ ଖୋଳାଯାଇ ଓଭରହେଡ଼୍ ଟ୍ୟାଙ୍କ ବସେଇ ତହସିଲଦାରଙ୍କ ଆବାସକୁ ତଥା କାର୍ଯ୍ୟାଳୟକୁ ପାଣି ଯୋଗାଇବା ସହିତ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ପିଇବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ତହସିଲଦାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.