ଶିଶୁ କଣ୍ଠଶିଳ୍ପୀ ଶ୍ବେତାଲିସା ଶୁଭଦର୍ଶିନୀଙ୍କ ଅଡିଓ ସିଡି ‘ତୁମେ ଜଗନ୍ନାଥ’ ଉନ୍ମୋଚିତ

● ଅତିଥି କହିଲେ, ‘ଭକ୍ତି ସଙ୍ଗୀତର ଭାବାବେଗ ହିଁ ଭକ୍ତକୁ ଯୋଡ଼ିଦିଏ ଭଗବାନଙ୍କ ସହିତ’

● ୭ ଜଣ କୁନି କଣ୍ଠଶିଳ୍ପୀ ହେଲେ ସମ୍ବର୍ଦ୍ଧିତ

ବାଲେଶ୍ବର,୨୫/୧୧(କୃଷ୍ଣ କୁମାର ମହାନ୍ତି): ମାତ୍ର ଏଗାର ବର୍ଷ ବୟସରେ ବାଲେଶ୍ଵରର ଶିଶୁ କଣ୍ଠଶିଳ୍ପୀ ଶ୍ଵେତାଲିସା ଜଗନ୍ନାଥଙ୍କ ଜଣାଣ ଗାଇ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ସପ୍ତମ ଷ୍ଟାଣ୍ଡାର୍ଡରେ ପାଠ ପଢୁଥିବା ଶ୍ଵେତାଲିସା କଣ୍ଠଦାନ କରିଛନ୍ତି ‘ତୁମେ ଜଗନ୍ନାଥ’ ଶୀର୍ଷକ ଏକ ଅଡିଓ ସିଡିରେ, ଯାହାର ଗୀତ ରଚନା କରିଛନ୍ତି କବି ଓ ଗୀତିକାର ପ୍ରଶାନ୍ତ ଦାସ।

Omkar Vasthu
Omkar Vasthu

‘ଶବ୍ଦ ଈଶ୍ବର’ ନିବେଦିତ କୁନି କଣ୍ଠଶିଳ୍ପୀ ଶ୍ବେତାଲିସା ଶୁଭଦର୍ଶିନୀଙ୍କ ଏହି ଭଜନ ଅଡିଓ ସିଡି ଗତକାଲି ସହରର ଆତିଥ୍ୟ ସମ୍ମିଳନୀ କକ୍ଷରେ ଈଶ୍ଵରାର୍ପିତ ହୋଇଯାଇଛି। ଏକ ଭାବଭକ୍ତିଭରା ଗମ୍ଭୀର ପରିବେଶ ଭିତରେ ଏହାକୁ ଉନ୍ମୋଚିତ କରିଥିଲେ ଉପସ୍ଥିତ ଅତିଥିବୃନ୍ଦ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

‘ଶବ୍ଦ ଈଶ୍ବର’ର ପ୍ରତିଷ୍ଠାତା କବି ଓ ଭାଷ୍ୟକାର ପ୍ରଶାନ୍ତ ଦାସ ଏହି ଆସରରେ ପୌରୋହିତ୍ୟ କରିଥିଲେ। ଉତ୍ସବରେ ବରେଣ୍ୟ ଅତିଥି ଭାବରେ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର
ନାୟକ, କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ରବି ପ୍ରକାଶ, ମାସିକ ପାରିବାରିକ ପତ୍ରିକା ‘ରେବତୀ’ର ସମ୍ପାଦିକା ସୁବାସିନୀ ଜେନା ପ୍ରମୁଖ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଅଡିଓ ସିଡି ‘ତୁମେ ଜଗନ୍ନାଥ’କୁ ଉନ୍ମୋଚନ କରିଥିଲେ।

ଭାବ ଓ ଭକ୍ତିର ଅମୃତ ହିଁ ଜଗନ୍ନାଥ। ଭକ୍ତି ସଙ୍ଗୀତ ହିଁ ଗୋଟିଏ ଭକ୍ତକୁ ଭଗବାନଙ୍କ ସହିତ ସହଜରେ ଯୋଡ଼ିଦିଏ। ସଙ୍ଗୀତର ସ୍ବରରେ ଶିଳ୍ପୀ ଓ ଶ୍ରୋତାଙ୍କ ଭକ୍ତି ଭାବରେ କୃପାମୟ ଜଗନ୍ନାଥ ଅଗଣିତ ଭକ୍ତଙ୍କ ବନ୍ଧୁ ପାଲଟି ଯାଆନ୍ତି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଶ୍ବେତାଲିସାଙ୍କ ସଙ୍ଗୀତ ଜୀବନ ଶୁଭମୟ ହେଉ ବୋଲି ଆଶିଷ ପ୍ରଦାନ କରିଥିଲେ ଅତିଥି।

ଅନ୍ୟତମ ଅତିଥି ଭାବେ ‘ସମାଜ’ ବାଲେଶ୍ବର ସ˚ସ୍କରଣର ପରିଚାଳକ ମଧୁସୂଦନ ଦାସ, ‘’ପ୍ରମେୟ’ ବାଲେଶ୍ବର ସ˚ସ୍କରଣର ମୁଖ୍ୟ ସତ୍ୟଶିବ ଦାସ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ସତ୍ୟରଞ୍ଜନ ମହାନ୍ତି, ଶ୍ବେତାଲିସାଙ୍କ ବଡ଼ବାପା ମନୋରଞ୍ଜନ ମଲ୍ଲିକ, ସମାଜସେବୀ ରାଜେଶ ଗିରି ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିବା ସହ ଶ୍ବେତାଲିସାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

କବି ପ୍ରଶାନ୍ତ ଦାସଙ୍କ ରଚିତ ଓ ଗୁରୁ ସତ୍ୟରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ସିଡି ‘ତୁମେ ଜଗନ୍ନାଥ’ର ଉନ୍ମୋଚନ ମୁହୂର୍ତ୍ତରେ ଶ୍ବେତାଲିସାଙ୍କ ପିତା ଶଶିରଞ୍ଜନ ମଲ୍ଲିକ, ମାତା ପ୍ରିୟଦର୍ଶିନୀ ମହାନ୍ତି, କାକା ଜ୍ଞାନରଞ୍ଜନ ମଲ୍ଲିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ‘ଶବ୍ଦ ଈଶ୍ବର’ର ଏହି ଶୁଭ ମୁହୂର୍ତ୍ତରେ ରାଜ୍ୟ ଓ ଜାତୀୟ ସ୍ତରରେ ସଙ୍ଗୀତରେ ପ୍ରତିଷ୍ଠା ଅର୍ଜନ କରିଥିବା ବାଲେଶ୍ବରର ସାତଜଣ କୁନି ସଙ୍ଗୀତ ଶିଳ୍ପୀ ଦିବ୍ୟସାଇ ଦାସ, ହରିଓମ୍ ଶରଣମ, ସନ୍ଦିପ୍ତା କର, ଅର୍ଚ୍ଚିସା ପାଣିଗ୍ରାହୀ, ସତ୍ୟସୁନ୍ଦର ଘଡେ଼ଇ, ଶ୍ରେୟା ଶର୍ବାଣୀ ଦାସ ଓ ଆଦିତ୍ୟ ମହାନ୍ତିଙ୍କୁ ‘ଶବ୍ଦ ଈଶ୍ବର’ ଅମୃତ ଆଶିଷ ପ୍ରଦାନ କରାଯାଇଥିଲା ଓ ସେମାନେ ନିଜନିଜର ଭଜନ ପରିବେଷଣ କରିଥିଲେ। ଉକ୍ତ ସିଡିର ଭଜନକୁ ନେଇ ବାଲେଶ୍ବରର ପ୍ରତିଷ୍ଠିତ ନୃତ୍ୟାନୁଷ୍ଠାନ ‘ନୃତ୍ୟାୟନ’ ଓ ‘ନାଚ୍’ର ଶିଳ୍ପୀଗଣ ନୃତ୍ୟ ପରିବେଷଣ କରିଥିଲେ। ‘ନୃତ୍ୟାୟନ’ର ନିର୍ଦ୍ଦେଶକ ଗୁରୁ ପ୍ରଦୀପ ବେହେରା ଓ ‘ନାଚ୍’ର ନିର୍ଦ୍ଦେଶିକା ରୋନାଲିସା ପଣ୍ତାଙ୍କ ସମେତ ସିଡିରେ ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା ଶିଳ୍ପୀ ଜୟନ୍ତ ବେହେରା, ମାଷ୍ଟର ସୁବାସ, ସଞ୍ଜିବ କୁମାର, ସାଉଣ୍ତ ରେକର୍ଡିଷ୍ଟ ସୂତନୁ ଫୌଜଦାର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ବେତାଲିସାଙ୍କ ଆଦ୍ୟ ସଙ୍ଗୀତ ଗୁରୁ ଅମୃତାଂଶୁ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଜୟ ପତି ପ୍ରମୁଖ ଉପସ୍ଥିତ ରହି କୁନିଶିଳ୍ପୀଙ୍କୁ ଆଶିଷ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ବର ସହରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ସଙ୍ଗୀତପ୍ରେମୀ ଯୋଗ ଦେଇଥିଲେ।


୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.