ସୋନପୁର,୨୬/୧୧ : ସୁବର୍ଣ୍ଣପୁର ଜିଲାରେ ରାଜ୍ୟ ବାହାର ଶ୍ରମିକ ଓ ଦେଶ ବାହାର ଅଣ ପଞ୍ଜିକୃତ ଶ୍ରମିକଙ୍କୁ ବିରୋଧ କରିବା ସହ ସେମାନଙ୍କୁ ଚିହ୍ନଟ କରିବା ସହ ଶ୍ରମିକ କଲ୍ୟାଣ କାର୍ଯ୍ୟରେ ଦଲାଲ କାର୍ଯ୍ୟ ବନ୍ଦ କରି ଶ୍ରମିକ କଲ୍ୟାଣରେ ଲାଞ୍ଚକୁ ଜିଲ୍ଲାର ଶ୍ରମିକମାନେ ବିରୋଧ କରିଛନ୍ତି । ଏପରିକି ଆଜି ଶତାଧିକ ଶ୍ରମିକ ସ୍ଥାନୀୟ ଟାଉନହଲରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିବାପରେ ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଶ୍ରମିକମାନେ ଦାବି ପତ୍ରରେ
ଉଲ୍ଲେଖ କରିଛନ୍ତି ଯେ, ଏହି ଜିଲାରେ ବର୍ତ୍ତମାନ ରାଜ୍ୟ ତଥା ଦେଶ ବାହାରୁ ହଜାର ହଜାର ସଂଖ୍ୟାରେ ଅଣଓଡିଆ ଶ୍ରମିକ ଆସି ଜିଲାର ଶ୍ରମିକଙ୍କ ଅଧିକାର ଛଡାଇ ନେଉଛନ୍ତି । ତେଣୁ ଜିଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ବିଶେଷ ଯତ୍ନବାନ ହୋଇ ଏହାର ସମାଧାନ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସଭାପତି ଆନନ୍ଦ ବାରିକ, ଉପଦେଷ୍ଟା ବଳଦେବ ବେଦବାକ,ଅଭିମନ୍ୟୁ ପଲେଇ, ଦିଲପି ଜାଲ, ବିଶ୍ୱଜିତ କର୍ଣ୍ଣ, ଦୁର୍ଗା ଦୀପ, ଦେବରାଜ କର୍ଣ୍ଣ,କଙ୍ଗାଲୁ ପଧାନ, ବିରଞ୍ଚି ମହାନନ୍ଦିଆ, ବାଳକୃଷ୍ଣ ଗରିଆ, ଗୁଣମଣି ରଣା, ଶିବ ଭଗସାଗର, ନେପାଳ ଜଗଦଲା, ଅଭିମନ୍ୟୁ ଦ୍ୱାରୀ, ଶମ୍ଭୁ ସୁନା, ଅଶୋକ ମହାନନ୍ଦ, ବାବୁଲାଲ ବିଶି, ଗୋପାଳ ଷାଣ୍ଢ, ନିରଞ୍ଜନ କର୍ଣ୍ଣ, ଉମେଶ ନାଗ ପ୍ରମୁଖଙ୍କ ସହ ଶତାଧିକ ଶ୍ରମିକ ଲିଖିତ ଭାବରେ ଦାବି କରିଛନ୍ତ ।