ସମ୍ବିଧାନ ଦିବସ ପାଳନ ଓ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର,୨୬/୧୧ : ଆଜି ହେଉଛି ନଭେମ୍ବର ୨୬ ତାରିଖ, ପ୍ରତିବର୍ଷ ଏହି ଦିନକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଆଜି ସମ୍ବିଧାନ ଦିବସ ଅବସରରେ ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ପାଳନ ହେଉଛି। ଏନେଇ ଆଜି ବଲାଙ୍ଗିର ଟାଉନ ହାଲ ଠାରେ ଏସଟି/ଏସସି/ଓବିସି ଓ ସଂଖ୍ୟାଳଘୁ ମଞ୍ଚ ଓଡିଶା ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ୧୯୪୯ ମସିହା ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଡ. ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ ।

ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିବା ଭାରତର ସମ୍ବିଧାନ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା। ଏହି ବୈଠକରେ ଭାରତୀୟ ସମ୍ବିଧାନ ଏବଂ ବିଶ୍ବର ଅନ୍ୟ ସମ୍ବିଧାନର ତୁଳନାତ୍ମକ ବିଶ୍ଲେଷଣ କରାଯିବାସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋକପାତ ହୋଇଥିବା ଜଣାପଡିଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ 
odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.