କଳାହାଣ୍ଡି,୨୬/୧୧ : ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଆଜି (ମଙ୍ଗଳବାର) ସମ୍ବିଧାନ ଦିବସ ତଥା ଆଇନ ଦିବସ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିବରାମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ସାଗରିକା ଦାସ, ଶିକ୍ଷୟିତ୍ରୀ କନ୍ୟାକୁମାରୀ ନାୟକ ଓ ସମାଜସେବୀ ସୁତମ ନାୟକ ସମ୍ମାନାନୀୟ ଅତିଥି ରୂପେ ଉପସ୍ଥିତ ଥିଲେ।
ଡ଼ଃ ବି.ଆର ଆମ୍ବେଦକରଙ୍କ ଦ୍ୱାରା କିପରି ଆଇନ ପ୍ରଣୟନ ହୋଇଥିଲା ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅଲୋଚନା ହୋଇଥିଲା । ଏହାସହ ସ୍କୁଲର ଛାତ୍ର ଛାତ୍ରୀମାନେ ଆଇନ ଦିବସ ବିଷୟରେ ନିଜର ଅଭାଷଣ ରଖିଥିଲେ। ଭାରତର ସମ୍ବିଧାନକୁ ମାନିଚଳିବା, ଭାରତର ପ୍ରଭୂତା, ଏକତା ଏବଂ ଅଖଣ୍ଡତାକୁ ବଜାଇ ରଖିବା ପାଇଁ ସମସ୍ତଙ୍କ ଦ୍ୱାରା ଶପଥ ପାଠ ହୋଇଥିଲା। ଶିକ୍ଷୟିତ୍ରୀ ଉପାସନା ସାହୁ ସହଯୋଗ କରିଥିବା ବେଳେ ଶିକ୍ଷକ ଦକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।