ସଇଁତଲା,୨୭/୧୧ : ପଞ୍ଚାୟତରାଜ ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ପଞ୍ଚାୟତ ଗୁଡିକରେ ଗ୍ରାମ ସଭା କରି ଲୋକଙ୍କ ସମସ୍ୟା ସମୁହର ସମାଧାନ କରିବାପାଇଁ ଲକ୍ଷ୍ୟ ରଖାଯାଇଛି । ସେହି କ୍ରମରେ ମଙ୍ଗଳବାର ସଇଁତଲା ବ୍ଳକର କେରମେଲି ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା ଆୟୋଜିତ ହୋଇଥିଲା । ଏଥିରେ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିବା ବେଳେ ପ୍ରଥମରୁ ହିଁ ହୋହାଲ୍ଲା ସୃଷ୍ଟି ହୋଇଥିଲା । ପଞ୍ଚାୟତବାସୀଙ୍କ ଅନେକ ଗୁଡିଏ ଅଭିଯୋଗ ରହିଛି । ଅନେକ ବୃଦ୍ଧବୃଦ୍ଧା ଓ ମହିଳା ଭତ୍ତା ପାଇବାରୁ ବଞ୍ଚିତ ହେବା, ଇନ୍ଦିରା ଆବାସ ଯୋଜନାର ବୋନସ ଏବଂ ଗ୍ରାମ ପଞ୍ଚାୟତର ଉନ୍ନତ ମୂଳକ କାର୍ଯ୍ୟ ଉଧେଇ ପାରୁନଥିବାରୁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି କରେଲଧୂଆ ଖେଳ ପଡିଆକୁ ମରାମତି କରିବା ଅନେକ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ କୋୖଣସି ପଦକ୍ଷେପ ନେଉନଥିବା ଗ୍ରାମ ସଭାରେ ଅଭିଯୋଗ କରାଯାଇଛି । ତେଣୁ ଏବିଷୟରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳର ଉନ୍ନତି ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ସଇଁତଲାରୁ ଗୋକୁଲା ନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in