ରାସ୍ତା ପାଇଁ ରାସ୍ତା ରୋକ

ବ୍ୟାହତ ହୋଇପଡିଲା ସାଧାରଣ ଜୀବନ ଯାତ୍ରା 

Omkar Vasthu
Omkar Vasthu

ନିର୍ମାଣଧିନ କଲମପୁର – ସିଙ୍ଗାରି ଘାଟି ରାସ୍ତାକୁ ନେଇ ବୃଦ୍ଧିପାଉଛି ଜନ ଅସନ୍ତୋଷ

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ,୨୭/୧୧ : କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ରାସ୍ତା ପାଇଁ ରାସ୍ତା ରୋକ ହେବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇପଡିଛି । ଆଜି ସକାଳୁ ଅତର୍କିତ ଭାବେ ଲୋକମାନେ ରୁଣ୍ଡ ହୋଇ ଆଦର୍ଶ ବିଦ୍ୟାଳୟ ଛକଠାରେ ରାସ୍ତା ରୋକ କରିଛନ୍ତି । ଜନସାଧାରଣଙ୍କ ଦାବୀ ଅନୁସାରେ କଲମପୁର ଠାରୁ ସିଙ୍ଗାରି ଘାଟି ପର୍ଯ୍ୟନ୍ତ ପିଡବ୍ଲୁଡି ବିଭାଗ ଦ୍ଵାରା ସମ୍ପାଦିତ ହୋଉଥିବା କାର୍ଯ୍ୟକୁ ଦୀର୍ଘଦିନ ହେଲା ଉଦେଶ୍ୟ ମୂଳକ ଭାବେ ପକାଇ ରଖିଛନ୍ତି । ଫଳରେ ଲୋକେ ଧୂଳି ଗୁଣ୍ଡରେ ଅଣନିଶ୍ୱାସୀ ହୋଇ ପଡୁଥିବା ବେଳେ ମେଟାଲ ଗେଟି ଉପୁଡି ପଡ଼ିଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ଏନେଇ ବାରମ୍ବାର ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ କେହି ମଧ୍ୟ କର୍ଣ୍ଣପାତ କରୁନଥିଲେ, ଫଳରେ ଗ୍ରାମବାସୀ ମାନେ ଏଭଳି ନିଷ୍ପତି ନେଇଛନ୍ତି ।

Udyog Nursery
Udyogi Nursery

ସୂଚନା ଯୋଗ୍ୟଯେ, କଲମପୁର ଠାରୁ ସିଙ୍ଗାରି ଘାଟି ପର୍ଯ୍ୟନ୍ତ ପ୍ରାୟ ୫କିମି ରାସ୍ତାକୁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଜୈନେକ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଥିଲା । ଉକ୍ତ ଟେଣ୍ଡର ଧାରୀ ବ୍ୟକ୍ତି ଅନ୍ୟ ଜଣେ ଠିକାଦାରଙ୍କୁ କାମ ଯୋଗାଇ ଦେଇଥିବାରୁ ଏଭଳି ପରିସ୍ଥିତି ଘଟିଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । କାମ ଆରମ୍ଭ ବେଳକୁ ଯେଉଁ ତୀବ୍ର ଗତିରେ ଆଗେଇ ଚାଲିଥିଲା ସେହି କାମ ଅଧା ହେବାବେଳକୁ କାହିଁକି ପକାଇ ରଖାଗଲା ତାହା ବୁଝାପଡୁ ନାହିଁ । ଅନ୍ୟପକ୍ଷେ ଗ୍ରାମବାସୀ ମାନଙ୍କ  ଏଭଳି ନିଷ୍ପତି ହେବା ଦ୍ୱାରା ଯାତାୟାତ ବାଧା ପ୍ରାପ୍ତ ହୋଇ ଜୀବନ ଯାତ୍ରା ଠପହୋଇ ପଡିଛି । ଘଟଣା ସ୍ଥଳରେ କଲମପୁର ବିଡିଓ ହେମସଗର ଭୋଇ ଓ ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣା ସ୍ଥଳରେ ଥାଇ ଲୋକମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସମ୍ପୃକ ଠିକାଦାର କାମ ଆରମ୍ଭ ନକରିବା ପର୍ଯ୍ୟନ୍ତ ଏହି ରାସ୍ତା ରୋକ ଜାରିରହି ଥିବ ବୋଲି ଅଡ଼ି ବସିଛନ୍ତି ।

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.