ଅନଲାଇନ ପି-ପାସ୍ ମେସେଜ ଚାଷୀଙ୍କ ପାଇଁ ସମସ୍ୟାର କାରଣ

ସୋନପୁର,୨୮/୧୧ : ଚାଷୀଙ୍କ ଧାନ ବିକ୍ରି ସମ୍ପର୍କରେ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ପେକ୍ସଗୁଡିକୁ ଧାନ ବିକିବା ପାଇଁ ଚାଷୀଙ୍କ ଟୋକନ୍‍ ଭୁବନେଶ୍ୱରରୁ ଅନ୍ଲାଇନ୍ ମେସେଜ୍ ରେ ଆସୁଛି । ଏହି ନିୟମ ଯୋଗୁଁ ଧାନ ବିକ୍ରି ପାଇଁ ଚାଷୀ ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଛନ୍ତି । ଫଳରେ ଖଳାଗୁଡିକରେ ଧାନ ଗଚ୍ଛିତ ରଖିବାକୁ ବାଧ୍ୟ ହେଉଛନ୍ତି । ହୀରାକୁଦ କେନାଲ ଜଳସେଚିତ ଅଞ୍ଚଳ ଚାଷୀଙ୍କ ପି-ପାସ୍ ଟୋକନ ପେକ୍ସ ଗୁଡିକୁ କେତେ ଚାଷୀଙ୍କ ଆସିଥିବା ବେଳେ ଏ ପର୍ଯ୍ୟନ୍ତ ଅଧିକାଂଶ ଚାଷୀଙ୍କ ମେସେଜ୍ ଆସିପାରି ନାହିଁ । ଅପରପକ୍ଷରେ ଉଠାଜଳସେଚନ ଭରସାରେ ଚାଷ କରିଥିବା ଚାଷୀଙ୍କ ପି-ପାସ୍ ଟୋକନ ଆଦୌ ପେକ୍ସ ଗୁଡିକୁ ଆସିନଥିବା ଜଣାପଡ଼ିଛି । ଯାହା ଫଳରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ଦେଖାଦେଇଛି । ସୋନପୁର ଜିଲ୍ଲାର ବିନିକା ଅଞ୍ଚଳର ୧୦ଟି ଯାକ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକରେ ସରକାରଙ୍କ ଘୋଷଣା ଅନୁସାରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଞ୍ଚଳର ଚାଷୀମାନେ ପ୍ରାୟ ୩୦ପ୍ରତିଶତ ଧାନ ଅମଳ କରିଥିବା ବେଳେ ଅବଶିଷ୍ଟାଂଶ ୭୦ପ୍ରତିଶତ ଧାନ ଏବେ ଚାଷ ଜମି ଗୁଡିକରେ ପରିକ୍ୱ ଅବସ୍ଥାକୁ ଆସିଯାଇଛି । ଆଜିର ଦିନରେ କୁଲି ମଜୁରୀ ଅଭାବ ସତ୍ତ୍ବେ ଚାଷୀ ମେସିନ ସାହାଯ୍ୟରେ ଧାନ କାଟୁଛନ୍ତି । କିନ୍ତୁ ପେକ୍ସ ଗୁଡିକୁ ଚାଷୀମାନଙ୍କ ପି-ପାସ ମେସେଜ ଆସିବାରେ ବିଳମ୍ବ ହେଉଥିବାରୁ ଅମଳ ପରେ ଧାନ କେଉଁଠି ଗଚ୍ଛିତ ରଖିବେ ସେ ନେଇ ଚିନ୍ତାରେ ପଡିଯାଇଥିବା ବେଳେ ସେଥିପାଇଁ ଖେତରୁ ଧାନ ଅମଳ କରିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତ ଫଳରେ ଚାଷୀ ଧାନ ବିକିବା ପାଇଁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରାଙ୍କୁ ପଚାରିବାରୁ ଉଠା ଜଳ ସେଚନରେ ଚାଷ କରୁଥିବା ଚାଷୀଙ୍କ ଚାଷ ସମ୍ପର୍କରେ ସଂମ୍ପୂର୍ଣ୍ଣ ବିବରଣୀ ଓ ପରିମାଣର ତଦନ୍ତ ରିପୋର୍ଟ ସଂମ୍ପୃକ୍ତ ସର୍କଲର ରାଜସ୍ୱ ନିରୀକ୍ଷକମାନେ ଦେଇନଥିବାରୁ ଅନ୍ଲାଇନ୍ ମେସେଜ୍ ପଠାଯିବାରେ ବିଳମ୍ବ ହେଉଛି । ଆସନ୍ତା ୨/୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଏଥ୍ରିତି ସୁବର୍ଣ୍ଣପୁର ଜିଲାପାଳ ଦୃଷ୍ଟିଦେଇ ଯଥାଶିଗ୍ର ଚାଷୀ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.