ଭୁବନେଶ୍ବର,୨୮/୧୧ (ନିରଞ୍ଜନ ଗୌଡ) : ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଏକ ଦୂଃଖଦ ଖବର । ବାରଙ୍ଗ ସ୍ଥିତ ନନ୍ଦନକାନନରେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏହା ୨ ବର୍ଷର ଥିଲା । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦ୍ଦେଶକ । ଗତମାସ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡାକୁ ନନ୍ଦନକାନନକୁ ଅଣାଯାଇଥିଲା ।