ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିଲା

ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

Omkar Vasthu
Omkar Vasthu

ଭୁବନେଶ୍ୱର,୨୮/୧୧ : ନୂଆ ମୋଟରଯାନ ଆଇନ କୋହଳ ସମୟସୀମା ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ୧ରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯିବ ବୋଲି କୁହାଯାଉଥିବା ବେଳେ (ଆଜି) ଗୁରୁବାର ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୩ମାସ ପାଇଁ ଟ୍ରାଫିକ୍‌ କୋହଳ ସମୟସୀମା ବଢ଼ିଥିବା ସୂଚନା ଦେଇଛନ୍ତି। ତେବେ କେବଳ ଗାଡ଼ି ଲାଇସେନ୍ସ ଓ କାଗଜପତ୍ର ପ୍ରସ୍ତୁତି ପାଇଁ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

ଆଜି ବିଧାନସଭାରେ ବିଭିନ୍ନ ଦଳର ବିଧାୟକମାନେ ଜନ ସାଧାରଣ ସାମ୍ନା କରୁଥିବା ଅସୁବିଧା ସଂପର୍କରେ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକଙ୍କୁ ଆଉ କିଛି ସମୟ ଦେବା ଲାଗି ଦାବି ଜଣାଇଥିଲେ। ଗାଡି କାଗଜପତ୍ର ପାଇଁ ଲୋକେ ହଟହଟା ହେଉଥିବା କଥା ବିଧାନସଭାରେ ଉଠାଇଥିଲେ ବିଧାୟକ ଦେବୀ ପ୍ରସାଦ  ମିଶ୍ର । ଆନୁଷଙ୍ଗିକ ବ୍ୟବସ୍ଥା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବାରୁ ପୁନଃବିଚାର କରି ଅଧିକ ସମୟ ଦେବାପାଇଁ ଦାବି କରିଥିଲେ ବିଧାୟକ । ଆଉ ଦେବୀଙ୍କ ସହ ସ୍ୱର ମିଳାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଥି‌ଲେ, ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ । ଜନସାଧାରଣ ଗାଡ଼ି କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ତେଣୁ କୋହଳ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗାଡି କାଗଜପତ୍ର ପାଇଁ ଅବଧି ବଢ଼ାଇବାକୁ ବାଚସ୍ପତିଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ ପ୍ରଦୀପ ମହାରଥୀ । ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜ ପତ୍ର ଯାଞ୍ଚର ଅବଧି ବୃଦ୍ଧି କରାଯାଉ ବୋଲି ବାଚସ୍ପତିଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ ପ୍ରଦୀପ ମହାରଥି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜାରି ଥିବା ନୂଆ ଟ୍ରାଫିକ ନିୟମ କୋହଳ ସମୟସୀମାକୁ ଆଉ ୩ ମାସ ବଢ଼ାଇବା ପାଇଁ ସ୍ବିକୃତି ପ୍ରଦାନ କରିଛନ୍ତି । ଫଳରେ ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା କାଗଜପତ୍ର ଯାଞ୍ଚ ତିନି ମାସ ଘୁଞ୍ଚିଯାଇଛି।

Udyog Nursery
Udyogi Nursery

ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଗାଡିର କାଗଜପତ୍ର ପ୍ରସ୍ତୁତ କରିପାରିନାହାନ୍ତି ସେମାନେ ଆସ୍ବସ୍ଥି ଲାଭ କରିଛନ୍ତି । ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିବା ଫଳରେ ଏହି ସମୟସୀମା ଭିତରେ ଗାଡି ଚାଲକମାନେ କାଗଜ ପତ୍ର ପ୍ରସ୍ତୁତ କରିପାରିବେ ବୋଲି ଆଶା କରାଯାଉଛି ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.