ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

ସୋନପୁର,୨୯/୧୧ : ଜିଲ୍ଲା କ୍ରିଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ଆଜି ସୁବର୍ଣ୍ଣପୁର ସଦର ସଂକୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏଥିରେ ଜିଲ୍ଲାପାଳ ମନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅଥିଥି ଭାବେ ଅତିରିକ୍ତ ଜିଲ୍ଲାପାଲ ଶରତ ଚନ୍ଦ୍ର ପଣ୍ଡା, ଏସପି ଦେବିପ୍ରସାଦ ଦାସ, ଜିଲ୍ଲା କ୍ରିଡା ଅଧିକାରି ଶରତ ନନ୍ଦ, ଜିଲ୍ଲା ସଂକୃତି ଅଧିକାରି ଅର୍ତତ୍ରାଣ ଥାଟି, ଜିଲ୍ଲା ଶିକ୍ଷା ଅଧିକାରି ପୁଷ୍ପା ମିଂଜ, ଡିଆପିଆରଓ ହରି ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଜିଲ୍ଲାର ୨୦୦ କଳାକାର ଭାଗ ନେଇଥିବା ଜଣାପଜିଛି । ଏହି ମହୋତ୍ସବ ୨୯ ଓ ୩୦ ଦୁଇଦିନ ଧରୀ ଚାଲିବା ସହ ଆଗମି ଦିନ ରେ ଭଦ୍ରକ ଠାରେ ରାଜ୍ୟ ସ୍ତରରେ ହେବାକୁଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ପାଇଁ କଳାକାର ଚୟନ କରାଯିବ ବୋଲି ସୁଚାନା ଦିଆଯାଇଥିଲା । ପରେ ସାଂକୃତିକ କାର୍ଯ୍ୟକ୍ରମ ପରୀବେଷଣ କରାଯାଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

________________________________________

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.