ସଇଁତଲା,୨୯/୧୧ : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ କନ୍ଧକେଲ ପଞ୍ଚାୟତ ଅନ୍ତର୍ଗତ ଜଳିଆଦର୍ହ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତି ଲିଳାବତୀ ମେହେରଙ୍କ ତତ୍ବାବଧାନରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ତରଫରୁ ଦିଆଯାଉଥିବା ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୩୦ଜଣ ଶିଶୁଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ଅଭିଭାବକ ଓ ଯାଞ୍ଚ କମିଟି ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।