ୟୁନିସେଫର ଓଡିଶା ମୁଖ୍ୟ ମୋନିକାଓ ନେଲସନଙ୍କ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଗସ୍ତ

ରାୟଗଡ,୩୦/୧୧ : ୟୁନିସେଫର ଓଡିଶା ମୁୁଖ୍ୟ ମୋନିକାଓ ନେଲସନଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ ତିନି ଜଣିଆ ପ୍ରତିିନିଧି ଦଳ ଦିନିକିଆ ରାୟଗଡ ଜିଲ୍ଳା ଗସ୍ତରେ ଆସି ବିିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ସ୍ଥିତିର ଅନୁଧ୍ୟାନ କରିଛିନ୍ତି । ଏଇ ଟିମରେ ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ରାଜ୍ୟ ଶିକ୍ଷା ବିଶେଷଜ୍ଞ ଲଲିତା ପଟ୍ଟନାୟକ, ଶିଶୁ ପାଇଁ ବିକାଶ ବିଭାଗ ରାଜ୍ୟ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ପ୍ରମୁଖ ପ୍ରଥମେ ରାୟଗଡ ସହର ଉପକଣ୍ଠ ରାମଚନ୍ଦ୍ରପୁର ବିଦ୍ୟାଳୟ ସହ ଖୁଡାପାଡି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ପୂର୍ବକ ସ୍ଥିତି ଅନୁଧ୍ୟାନ କରି ପିଲାଙ୍କ ଶୈକ୍ଷିକ ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ପରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଜିଲ୍ଳାର ଗୁଣାତ୍ମକ ଶିକ୍ଷା, ଜ୍ଞାନ ସଂଯୋଗ କାର୍ଯ୍ୟକ୍ରମର ଅଗ୍ରଗତି, ବାଲ୍ୟ ବିବାହର ନିରାକରଣ ନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟଗୁଡିକର ସମୀକ୍ଷା କରିଥିଲେ ।

ଏଥିରେ ଗଣଶିକ୍ଷା ବିଭାଗ,କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀମାନେ ଅଂଶଗ୍ରହଣ ପୂର୍ବକ ତଥ୍ୟ ପ୍ରଦାନ କରିଥିଲେ । ପରେ ପ୍ରତିନିଧି ଦଳ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଅଭିନବ ଶିକ୍ଷା ଭିତିକ କାର୍ଯ୍ୟକ୍ରମମାନ ଦେଖିବାକୁ ଆଗ୍ରହ ପ୍ରକଟ କରିଥିଲେ । ବିଦ୍ୟାଳୟର ପ୍ରମୁଖ ମୁଖ୍ୟମନ୍ତ୍ରୀ ରଚନା ହୁଇକାଙ୍କ ନେତୃତ୍ୱରେ ବିଦ୍ୟାଳୟ ମନ୍ତ୍ରୀମଣ୍ଡଳ ପ୍ରତିନିିଧିଗଣ ବିଦ୍ୟାଳୟ ସଂପର୍କରେ ଏବଂ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟରେ ଗ୍ରହଣ କରାଯାଇଥିବା ଅଭିନବ ଶିଶୁ ଅଦାଲତ, ପ୍ରତୀକ ବିଧାନସଭା, ଆମ ବ୍ୟାଙ୍କ, ଆମ ସହାୟକ ଦୋକାନ, ଆସ ଭେଟିବା, ପରିମଳ ପାଠଶାଳା, ମୁକ୍ତ ପାଠାଗାର, ଆମ ସଂଗ୍ରହାଳୟ ସମେତ ନୃୃତ୍ୟ ଗୀତ, ବକୃତା, ଅଭିନୟ, ବାଲୁକା ସ୍ଥାପତ୍ୟ, ଚିତ୍ର, ହସ୍ତକଳା ଭଳି ସହ ପାଠ୍ୟକ୍ରମର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ସିଧାସଳଖ ପିଲାଙ୍କ ସହ ଏ ନେଇ ଆଲୋଚନା କରିଥିଲେ ।

ପିଲଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ୩୫ରୁ ଉର୍ଦ୍ଧ ମାତୃଭାଷା ଭିତିକ ରଙ୍ଗୀନ ସଚିତ୍ର ପୁସ୍ତକଗୁଡିକ ଦେଖି ପ୍ରତିନିଧି ଦଳ ଅଭିଭୂତ ହୋଇ ପଡିବା ସହ ଏ ସବୁର ମୁଦ୍ରଣ ୟୁନିସେଫ ଦ୍ୱାରା ପିଲାଙ୍କ ନାମରେ କରାଯିବ ବୋଲି ଶ୍ରୀମତି ନେଲସେନ ଓ ଶ୍ରୀମତି ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ପିଲାଙ୍କ ଦ୍ୱାରା ଆୟୋଜିତ ପପେଟ ସୋ, ବିଷୟଭିତିକ ନୃତ୍ୟ, ସକ୍ରିୟାତ୍ମକ କାର୍ଯ୍ୟକ୍ରମ ସହ ପାରିମ୍ପରିକ ବାଦ୍ୟର ଭରପୁର ମଜା ନେଇଥିଲେ । ମୁକ୍ତ ପାଠାଗାର ପରିଦର୍ଶନ ପରେ ଲାଇବ୍ରେରୀ ପ୍ରମୋଶନର ଅଭିନବ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିବା ସହ ୟୁନିସେଫ ଦ୍ୱରା ପିଲାଙ୍କ ଲାଗି ଉଦ୍ଧିଷ୍ଟ ପ୍ରକାଶିତ ସମସ୍ତ ପୁସ୍ତକ ପାଠାଗାରକୁ ଖୁବଶୀଘ୍ର ଯୋଗାଇ ଦେବା ଲାଗି ପ୍ରତିଶୃତି ଦେଇଥିଲେ ।

ଗସ୍ତ୍ଶେଶ ବିଦ୍ୟାଳୟର ଶିଶୁ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିଦ୍ୟାଳୟର ଶିକ୍ଷକମାନଙ୍କ ସମ୍ମିଳିତ ଉଦ୍ୟମ, ପିଲାଙ୍କ ଅପୂର୍ବ ଦକ୍ଷତା, ବିଦ୍ୟାଳୟରେ ଗ୍ରହଣ କରାଯାଇଥିବା ଅଭିନବ କାର୍ଯ୍ୟକ୍ରମମାନ ବାସ୍ତବରେ ଅନନ୍ୟ ଓ ଅନ୍ୟମାନଙ୍କ ଲାଗି ପ୍ରେରଣାପ୍ରଦ ବୋଲି ଶ୍ରୀମତି ମୋନିକା ମତବ୍ୟକ୍ତ କରିଥିଲେ । ପରେ ପ୍ରତିନିଧି ଦଳ କନ୍ଧମାଲିଗାଁ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ସଂପର୍କରେ ବାଳିକାମାନଙ୍କ ସହ ମୁକ୍ତ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଉପସ୍ଥିତ ରହିଥିବା ବେଳେ ୟୁନିସେଫର ଜିଲ୍ଳା ସଂଯୋଜକ ପ୍ରକାଶ କୁମାର ବାରିକ ଗସ୍ତକ୍ରମକୁ ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.