ସଡକ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା

ମହିଳା ମହାବିଦ୍ୟାଳୟ ଭବାନୀପାଟଣାରେ ଆୟୋଜିତ ହେଲା କାର୍ଯ୍ୟକ୍ରମ

Omkar Vasthu
Omkar Vasthu

କଳାହାଣ୍ଡି,୧/୧୨ : ଭବାନୀପାଟଣା ମହିଳା ମହାବିଦ୍ୟାଳୟ ଠାରେ ଶନିବାର ଦିନ ‘ସଡକ ସୁରକ୍ଷା ଜୀବନ ରକ୍ଷା’ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ତ୍ରିଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହ କର୍ମଶାଳାରେ କଳାହାଣ୍ଡି ଆରଟିଓ ଦିନବନ୍ଧୁ ଶୁଣ୍ଢି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଘରୋଇ ସ୍କୁଲ ସଂଘ, ଚେୟାରମ୍ୟାନ ଶିବରାମ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗ ଦେଇ କର୍ମଶାଳା ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ “ସଡ଼କ ସୁରକ୍ଷା ଜୀବନ ରକ୍ଷା” ବିଷୟରେ ଆଲୋଚନା ହୋଇଥିଲା । ଯାନବାହାନ ଚଲାଇବା ସମୟରେ କି ପ୍ରକାର ନିୟମ ମାନି ସତର୍କତା ର ସହିତ ଚଲାଇବା, ଏହି ବିଷୟରେ ଛାତ୍ରୀ ମାନେ ମଧ୍ୟ ନିଜ ନିଜ ମତ ରଖିଥିଲେ। ଶେଷରେ ଡ଼ଃ ରଜନୀକାନ୍ତ ଜେନାଙ୍କ ଧନ୍ୟବାଦ ସହ କର୍ମଶାଳାର ପରିସମାପ୍ତି ଘଟିଥିଲା ।

Udyog Nursery
Udyogi Nursery

 

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.